The Topmost

“The eyes believe themselves, the ears believe other people.”

ଚୀନର ଦୁର୍ନୀତି ନିରୋଧୀ ଅଭିଯାନ

ଦୁର୍ନୀତି-ନିରୋଧୀ ଅଭିଯାନରେ ଚୀନ୍‌ର ଶାସକ ‘କମ୍ୟୁନିଷ୍ଟ୍‌ ପାର୍ଟି ଅଫ୍‌ ଚାଇନା’ ୧ ଲକ୍ଷ ୧୦,୦୦୦ କର୍ମଚାରୀଙ୍କୁ ଦଣ୍ଡିତ କରିଥିବା କଥା ‘ଇଣ୍ଡୋ-ପେସିଫିକ୍‌ ସେଣ୍ଟର୍‌ ଫର୍‌ ‌ଷ୍ଟ୍ରାଟେଜିକ୍‌ କମ୍ୟୁନିକେସନ୍‌ସ୍‌’ ଏକ ରିପୋର୍ଟରେ ଉଲ୍ଲେଖ ରହିଛି । ଚୀନ୍‌ର ରାଷ୍ଟ୍ରପତି ସି’ ଜିନ୍‌ପିଙ୍ଗ୍‌ ଚଳାଇଥିବା ଦୁର୍ନୀତି-ନିରୋଧୀ ଅଭିଯାନରେ ସରକାରୀ କର୍ମଚାରୀମାନଙ୍କର ସର୍ବସାଧାରଣରେ ତଦନ୍ତ କରାଯାଉଛି। ପ୍ରାଦେଶିକସ୍ତରୀୟ କର୍ମଚାରୀ, ଉପ-ପ୍ରାଦେଶିକସ୍ତରୀୟ କର୍ମଚାରୀ, ସେନା କମିସନ୍‌ ସଦସ୍ୟ, ଅନେକ ମନ୍ତ୍ରୀସ୍ତରୀୟ ଅଧିକାରୀ ଏବଂ ବହୁସଂଖ୍ୟକ ଉପମନ୍ତ୍ରୀସ୍ତରୀୟ ଅଧିକାରୀମାନଙ୍କର ତଦନ୍ତ କରାଯାଇଥିବା ରିପୋର୍ଟରୁ ଜଣାପଡିଛି ।