The Topmost

“The eyes believe themselves, the ears believe other people.”

ଚୀନ ସୈନ୍ୟଙ୍କୁ ଫେସ ଅଫ ଡ୍ରିଲ ତାଲିମ

ଏଲଏସିରେ ନିକଟରେ ନିଜର ସେନାକୁ ସ୍ୱତନ୍ତ୍ର ତାଲିମ ଦେଉଛି ଚୀନ୍ । ପ୍ରତିରକ୍ଷା ବିଗ୍ରେଡରର ସୈନ୍ୟମାନଙ୍କୁ ସ୍ୱତନ୍ତ୍ର ଫେସ ଅଫ ଡ୍ରିଲ ତାଲିମ ଦିଆଯାଉଥିବା ଜଣାପଡିଛି । ଦୁଇଟି ପର୍ଯ୍ୟାରେ ପ୍ରାୟ ୧୮୦୦ ସୈନିକ ତାଲିମ ନେଉଛନ୍ତି । ୭ଦିନ ପୂର୍ବରୁ ଏହି ତାଲିମ ଶିବିର ଆରମ୍ଭ କରିଛି ବେଜିଂ । ଏହି ତାଲିମ ମାଧ୍ୟମରେ ଚୀନ ନିଜ ସେନାକୁ ଅସ୍ତ୍ରଶସ୍ତ୍ର ଯୁଦ୍ଧ ତାଲିମ ଉପରେ ଅଧିକ ଧ୍ୟାନ ଦେବାକୁ ସ୍ଥିର କରିଛି । ସବୁଠୁ ବଡ କଥା ହେଉଛି ଭାରତର ଭୌଗୋଳିକ ସ୍ଥିତି ଭିତରେ ରହିଛି କିବିଥୁ । କିନ୍ତୁ ଚୀନ ଏହାର ନାଁ ବଦଳାଇ ଏହାକୁ ନିଜର ବୋଲି ଦାବି କରୁଛି । କିବିଥୁର ଅପରପାଶ୍ୱର୍ରେ ଏହି ସ୍ୱତନ୍ତ୍ର ତାଲିମ ଚାଲିଛି । ନିକଟରେ ଭାରତର ଗୃହମନ୍ତ୍ରୀ ଅମିତ ଶାହା ଏଠାରେ ପହଞ୍ଚିଥିଲେ । ଯାହାକୁ କଡ଼ା ବିରୋଧ କରିଥିଲା ଚୀନ ।