ବଢୁଛି ଭାରତ-ଚୀନ ସୀମା ବିବାଦ । ପୂର୍ବ ଲଦାଖ ଓ ଅରୁଣାଚଳ ସୀମାରେ ଚୀନ ସେନା ସମରାଭ୍ୟାସ କରୁଥିବା ବେଳେ ଉତ୍ତର-ପୂର୍ବ ଏଲଏସିରେ ବିଶାଳ ସମରାଭ୍ୟାସ କରିବାକୁ ଯୋଜନା କରିଛି ଭାରତ । ଭାରତୀୟ ବାୟୁସେନା ସୀମା ନିକଟରେ ଥିବା ପ୍ରମୁଖ ବାୟୁସେନା ଘାଟି ସହ ଏଲଏସି ନିକଟରେ ଆସନ୍ତା କିଛି ଦିନ ମଧ୍ୟରେ ‘ପ୍ରଳୟ’ ସମରାଭ୍ୟାସ କରିବ । ଏଥିରେ ବାୟୁସେନାର ପ୍ରମୁଖ ଯୁଦ୍ଧାସ୍ତ୍ର ଏବଂ ଯୁଦ୍ଧ ବିମାନଗୁଡିକ ସାମିଲ ହେବ ବୋଲି ସୂଚନା ମିଳିଛି । ଭାରତ ପୂର୍ବରୁ ଉତ୍ତର-ପୂର୍ବ ଏଲଏସିରେ ଏସ୪୦୦ ଏୟାର ଡିଫେନ୍ସ ସିଷ୍ଟମ ମୁତୟନ କରିଥିବା ବେଳେ ଏଭଳି ସମାରାଭ୍ୟାସ ଯୋଜନା ବଡ ସାମରିକ ରଣନୀତର ସଙ୍କେତ ଦେଉଛି । ଗତକାଲି ଭାରତ ଚୀନ ସୀମାରେ ପିପୁଲ୍ସ ଲିବରେସନ୍ ଆର୍ମିର ସମସ୍ତ ୟୁନିଟର ସାମରିକ ପ୍ରସ୍ତୁତିର ସମୀକ୍ଷା କରିଥିଲେ ଚୀନ୍ ରାଷ୍ଟ୍ରପତି ।
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ