ଭାରତରେ ଚୀନ ବିରୋଧୀ ହାୱା ବଢିବାରେ ଲାଗିଛି । ଅରୁଣାଚଳ ପ୍ରଦେଶର ତୱାଙ୍ଗ୍ ସେକ୍ଟରରେ ଭାରତ ଓ ଚୀନ ସେନା ମୁହାଁମୁହିଁ ହେବା ପରେ ଏଭଳି ପରିସ୍ଥିତି ଉପୁଜିଛି । ତେବେ ଏହାକୁ ସମର୍ଥନ ଜଣାଇବା ସହ ପୁଣି ଥରେ ଚୀନ ସାମଗ୍ରୀକୁ ବଏକଟ୍ କରିବାକୁ ନାରା ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଚୀନ ସାମଗ୍ରୀକୁ ବଏକଟ କରିବାକୁ ଜନସାଧାରଣଙ୍କୁ ନିବେଦନ କରିବା ସହ କେନ୍ଦ୍ର ସରକାରଙ୍କ ବାଣିଜ୍ୟ ନୀତିକୁ ସମାଲୋଚନା କରିଛନ୍ତି କେଜ୍ରିୱାଲ । ଏଥସହ ଚୀନ ସାମଗ୍ରୀ ବଦଳରେ ଦୁଇଗୁଣା ଅଧିକ ଦାମ ପଡିଲେ ବି ଘରୋଇ ସାମଗ୍ରୀ କିଣିବାକୁ ଆହ୍ୱାନ ଦେଇଛନ୍ତି କେଜ୍ରିଓ୍ବାଲ୍ । ଚୀନରୁ ଆମଦାନୀ ହେଉଥିବା ଅଧିକାଂଶ ସାମଗ୍ରୀ ଭାରତରେ ପ୍ରସ୍ତୁତ କରାଯାଉଛି । ଯଦି ଭାରତ ଆମଦାନୀ ବନ୍ଦ କରିଦେବ ଚୀନ ଶିକ୍ଷା ପାଇବ ବୋଲି କହିଛନ୍ତି ଅରବିନ୍ଦ କେଜ୍ରିୱାଲ ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ