() ପାକିସ୍ତାନ ଲାହୋରର ଗୁଲବର୍ଗସ୍ଥିତ ଚିଲ୍ଡ୍ରେନ ହସ୍ପିଟାଲରେ ଅଗ୍ନିକାଣ୍ଡ । ସୂଚନା ଅନୁସାରେ ନିଆଁ ହସ୍ପିଟାଲର ତୃତୀୟ ମହଲାରେ ଥିବା ଔଷଧ ଗୋଦାମରେ ଲାଗିଛି । ତେବେ ଅଗ୍ନିକାଣ୍ଡରେ କେହି ଆହତ ହୋଇ ନଥିବା ସୂଚନା । ଔଷଧ ଗୋଦାମରେ ନିଆଁ ଲାଗିବା ଯୋଗୁଁ ଲକ୍ଷ ଲକ୍ଷ ଟଙ୍କାର ଔଷଧ ଜଳିଯାଇଥିବାର ଆଶଙ୍କା କରାଯାଉଛି । ରେସ୍କ୍ୟୁ ଅପରେସନ ଲାଗି ହସ୍ପିଟାଲକୁ ଖାଲି କରିଦିଆଯାଇଛି । ୭ଟି ଦମକଳ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଚଳାଇଛନ୍ତି । ନିଆଁ ଲିଭାଇବାକୁ ୪୦ରୁ ଅଧିକ ଦମକଳ କର୍ମଚାରୀ ଉଦ୍ୟମ ଜାରି ରଖିଛନ୍ତି । ସେପଟେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣା ପଡିନାହିଁ ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ