କୌଳିକ ବୃତ୍ତିକୁ ପ୍ରାଧାନ୍ୟ ଦେବାକୁ ଅଣ୍ଟା ଭିଡିଲେ ରାଜ୍ୟ ସରକାର । ଚିଲିକାରେ ପ୍ରତିଷ୍ଠା ହେବ ମତ୍ସ୍ୟ ଅବତରଣ କେନ୍ଦ୍ର । ପୂରଣ ହେବ ଚିଲିକାରେ ମାଛ ଧରି ଜୀବିକା ନିର୍ବାହ କରୁଥିବା ଲୋକ ଦାବି । ଦୀର୍ଘଦିନ ହେବ ମାଛ ଧରା ଜେଟି ନିର୍ମାଣ କରିବାକୁ ଦାବି ହୋଇ ଆସୁଥିଲା । ରାଜ୍ୟ ସରକାର ୧୮ କୋଟି ଟଙ୍କା ମଞ୍ଜୁର କରିବା ପରେ ଜେଟି ନିର୍ମାଣ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ଟଙ୍କା ମଞ୍ଜୁର ପରେ ରାଜସ୍ୱ ବିଭାଗ ପକ୍ଷରୁ ଆରମ୍ଭ ହୋଇଯାଇଛି ଜମି ହସ୍ତାନ୍ତର ପ୍ରକ୍ରିୟା । ଚିଲିକା ତହସିଲଦାର ଦଧିବାମନପୁର ମୌଜାରେ ୫ ଏକର ପରିମିତ ଜମିକୁ ଫିସରୀ ବିଭାଗକୁ ହସ୍ତାନ୍ତର କରିଛନ୍ତି । ଏଥିରେ ରହିବ ଡଙ୍ଗା ଅବତରଣ କେନ୍ଦ୍ର, ମାଛ ନିଲାମ ହଲ, ପାନୀୟ ଜଳ ସହ ପାଇଖାନାର ବ୍ୟବସ୍ଥା । ଫଳରେ ଦଲାଲ ରାଜ ଲୋକ ପାଇବା ସହ ମତ୍ସ୍ୟଜୀବୀଙ୍କୁ ମିଳିବ ଉଚିତ ମୂଲ୍ୟ । ଏହାଦ୍ବାରା ପ୍ରାୟ ୫୦ ହଜାର ମତ୍ସ୍ୟଜୀବୀ ଲାଭବାନ ହୋଇପାରିବେ । ଦୀର୍ଘଦିନର ଦାବି ସରକାର ପୂରଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅଞ୍ଚଳବାସୀ ।
“The eyes believe themselves, the ears believe other people.”
More Stories
ଆଉ ହେବନି ବାଟମାରଣା, ଖଣି ଜଗିବେ ଓଆଇଏସ୍ଏଫ୍ ଜବାନ୍
କିଟ୍ ଛାତ୍ରୀ ଆତ୍ମହତ୍ୟା ମାମଲା, ବଡ ଅଡୁଆକୁ ଛୋଟ ସମାଧାନ
୧.୯୩ ଲକ୍ଷ ପରୀକ୍ଷାର୍ଥୀଙ୍କର ଆରମ୍ଭ ହେଲା ଯୁକ୍ତ୨ ପରୀକ୍ଷା