ଖୁବ୍ଶୀଘ୍ର ଚିଲିକା ଜଳରାଶିରେ ଭାସିବ ବିଳାସପୂର୍ଣ୍ଣ ରେସ୍ତୋରାଁ । ଏଥିପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ସବୁପ୍ରକାର ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ପ୍ରାୟ ସାଢ଼େ ୬ କୋଟି ଟଙ୍କା ଖର୍ଚ୍ଚରେ ହେବାକୁ ଥିବା ଏହି ରେସ୍ତୋରାଁରେ ପର୍ଯ୍ୟଟକମାନେ ବିଭିନ୍ନ ରାଜକୀୟ ସେବା ପାଇବେ । ଏଥିରେ ପର୍ଯ୍ୟଟକମାନେ ଚିଲିକା ବୁଲିବା ସହ ରାତ୍ରିଯାପନ ବି କରିପାରିବେ । ଜନ୍ମଦିନ, ବିବାହ ବାର୍ଷିକୀ, ନିର୍ବନ୍ଧ ଭଳି ସାମାଜିକ କାର୍ଯ୍ୟକ୍ରମ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ରହିବ । ଦୁଇ ମହଲା ବିଶିଷ୍ଟ ଏହି ଭାସମାନ ରେସ୍ତାରାଁରେ ମୋଟ୍ ୮୪ ଜଣ ପର୍ଯ୍ୟଟକଙ୍କ ରହଣି ବ୍ୟବସ୍ଥା ରହିବ । ଟପ୍-ଡେକ୍ରେ ୩୬ ଓ ମେନ୍-ଡେକ୍ରେ ୪୮ଜଣ ପର୍ଯ୍ୟଟକଙ୍କ ପାଇଁ ସମସ୍ତ ସୁବିଧା ରହିବ । ତାରକା ହୋଟେଲ ଭଳି ଏସି-ରୁମ୍ ସାଙ୍ଗକୁ ସୁସ୍ୱାଦୁ ଖାଦ୍ୟର ମେନ୍ୟୁ ଉପଲବ୍ଧ ହେବ । ଏସବୁର ଦର ବି ପର୍ଯ୍ୟଟକଙ୍କ ପକେଟ୍କୁ ସୁହାଇଲା ଭଳି ରହିବ । ପର୍ଯ୍ୟଟକମାନେ ନିଜ ମନ ପସନ୍ଦର ଖାଣ୍ଟି ଓଡ଼ିଆ ପାରମ୍ପରିକ ଖାଦ୍ୟ ସାଙ୍ଗକୁ କଣ୍ଟିନେଣ୍ଟାଲ, ଚାଇନିଜ୍ ଆଦି ବିଭିନ୍ନ ପ୍ରକାର ଖାଦ୍ୟର ମଜା ନେଇପାରିବେ । ପ୍ରତିବର୍ଷ ଚିଲିକାକୁ ବହୁ ସଂଖ୍ୟାରେ ପର୍ଯ୍ୟଟକଙ୍କ ଆଗମନକୁ ଦୃଷ୍ଟିରେ ରଖି ପର୍ଯ୍ୟଟନ ବିଭାଗ ଏହି ଭାସମାନ ରେସ୍ତାରାଁ ଆରମ୍ଭ କରିବାକୁ ବିଭାଗ ନିଷ୍ପତ୍ତି ନେଇଛି । ଚଳିତ ପର୍ଯ୍ୟଟନ ଋତୁରେ ହିଁ ପର୍ଯ୍ୟଟକମାନେ ଏହି ସୁବିଧା ପାଇପାରିବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।
“The eyes believe themselves, the ears believe other people.”
More Stories
ଆଉ ହେବନି ବାଟମାରଣା, ଖଣି ଜଗିବେ ଓଆଇଏସ୍ଏଫ୍ ଜବାନ୍
କିଟ୍ ଛାତ୍ରୀ ଆତ୍ମହତ୍ୟା ମାମଲା, ବଡ ଅଡୁଆକୁ ଛୋଟ ସମାଧାନ
୧.୯୩ ଲକ୍ଷ ପରୀକ୍ଷାର୍ଥୀଙ୍କର ଆରମ୍ଭ ହେଲା ଯୁକ୍ତ୨ ପରୀକ୍ଷା