ଚିଟ୍‌‌ଫଣ୍ଡ ଜମାକାରୀଙ୍କୁ ଟଙ୍କା ଫେରସ୍ତ ପ୍ରକ୍ରିୟା ଆରମ୍ଭ

ବିଭିନ୍ନ ଚିଟ୍‌‌ଫଣ୍ଡ ସଂସ୍ଥାର ଜମାକାରୀମାନଙ୍କୁ ଏବେ ଆଶ୍ୱସ୍ତି ମିଳିଛି। ବିଭିନ୍ନ ସଂସ୍ଥାର ସମ୍ପତ୍ତି ବାଜ୍ୟାପ୍ତି ପରେ ନିଲାମଲବ୍ଧ ଅର୍ଥ ସରକାରଙ୍କ ପ୍ରାଧିକୃତ ଅଧିକାରୀଙ୍କ ଖାତାକୁ ଆସୁଥିବା ବେଳେ ନିର୍ଦ୍ଧାରିତ ପ୍ରକ୍ରିୟାରେ ଏହାକୁ ଚିହ୍ନଟ ଜମାକାରୀଙ୍କୁ ଫେରସ୍ତ କରାଯାଉଛି। ଏପରିକି କଟକ ଓପିଆଇଡି ଅଦାଲତଙ୍କ ନିର୍ଦ୍ଦେଶମତେ କଟକ ଏଡିଏମ୍‌‌ ତଥା ପ୍ରାଧିକୃତ ଅଧିକାରୀଙ୍କ ପାଖରେ ଜମା ଥିବା ବିପୁଳ ପରିମାଣର ଅର୍ଥରାଶିକୁ ମଧ୍ୟ ଫେରସ୍ତ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଥିବା ଜଣାପଡ଼ିଛି। ଏହି କ୍ରମରେ ଏବେ ପ୍ରାୟ ୧୩୩ କୋଟିରୁ ଅଧିକ ଟଙ୍କା କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଫେରସ୍ତ ପାଇଁ ପ୍ରକ୍ରିୟା ଜାରି ରହିଥିବା କହିଛନ୍ତି କଟକ ଅତିରିକ୍ତ ଜିଲ୍ଲା ତଥା ପ୍ରାଧିକୃତ ଅଧିକାରୀ ଉମାକାନ୍ତ ରାଜ୍‌‌ । ସୂଚନାନୁସାରେ, ଏବେ ହାଇଟେକ୍‌‌ ଗ୍ରୁପ୍‌‌ ଅଫ୍‌‌ କମ୍ପାନୀଜ୍‌‌ ଓ ଗୋଲ୍‌‌ଡେନ୍‌ ଲ୍ୟାଣ୍ଡ୍‌ ଡେଭଲପର୍ସ ଗ୍ରୁପ୍‌‌ ଅଫ୍‌‌ କମ୍ପାନୀର ଜମାକାରୀମାନେ ସେମାନଙ୍କ ଟଙ୍କା ଫେରିପାଇବେ। ସମ୍ପୃକ୍ତ ଜିଲ୍ଲାପାଳଙ୍କ ଦ୍ୱାରା ବଣ୍ଡ୍‌‌ ଓ କ୍ୟାନ୍‌‌ସେଲ ମନି-ରସିଦ୍‌‌ ଅପ୍‌‌ଲୋଡ୍‌‌ ପ୍ରକ୍ରିୟା ଶେଷ ପରେ ଜମାକାରୀଙ୍କୁ ଟଙ୍କା ଫେରସ୍ତ ପ୍ରକ୍ରିୟା ଆରମ୍ଭ କରାଯିବ।

SHARE BY