ଏବେ ଭିନ୍ନ ଭିନ୍ନ ଅବତାରରେ ନଜର ଆସୁଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । କେବେ ଟ୍ରକ୍ ଚଲାଉଛନ୍ତି ତ କେବେ ବାଇକ ମେକାନିକ୍ ହୋଉଛନ୍ତି। ଏବେ ଚାଷ କ୍ଷେତରେ ଚାଷୀ ବେଶରେ ନଜର ଆସିଛନ୍ତି ରାହୁଲ । ସକାଳୁ ସକାଳୁ ହରିୟାଣାର ସୋନିପତର ଏକ ଗାଁରେ ପହଞ୍ଚି ଅନ୍ୟ ଚାଷୀଙ୍କ ସହ ମିଶି ଧାନ ରୋଇଛନ୍ତି ରାହୁଲ ଗାନ୍ଧି । ସୂଚନା ଅନୁସାରେ, ରାହୁଲ ହିମାଞ୍ଚଳ ପ୍ରଦେଶ ଯାଉଥିଲେ । ରାସ୍ତାରେ ଚାଷୀଙ୍କୁ ଧାନ କ୍ଷେତ ରୋଉଥିବାର ଦେଖି ନିଜେ ସେମାନଙ୍କ ପାଖରେ ପହଞ୍ଚିଥିଲେ । ପିନ୍ଧିଥିବା ଫୁଲ୍ ପ୍ୟାଣ୍ଟ ଫୋଲ୍ଡ କରି ଚାଷ କ୍ଷେତକୁ ଓହ୍ଲାଇଥିଲେ । ନିଜେ ଧାନ ରୋଇବା ସହ ଟ୍ରାକ୍ଟର ଚଲାଇଥିଲେ । ଚାଷୀଙ୍କ ହାଲଚାଲ ପଚାରି ବୁଝିଥିଲେ । ହଠାତ୍ ରାହୁଲଙ୍କୁ ନିଜ ପାଖରେ ପାଇ ଖୁସି ହୋଇଯାଇଥିଲେ ଚାଷୀ । ବହୁ ଚର୍ଚ୍ଚିତ ଭାରତଯୋଡ ଯାତ୍ରା ପରେ ସାଧାରଣ ଲୋକଙ୍କୁ ଭେଟୁଛନ୍ତି ରାହୁଲ । ଲୋକଙ୍କ ପାଖକୁ ଯାଇ ସେମାନଙ୍କ ଦୁଃଖ ବୁଝୁଛନ୍ତି ।
More Stories
ଲାଗୁ ହେଲା ଅଷ୍ଟମ ବେତନ ଆୟୋଗ, ଜାଣନ୍ତୁ କେତେ ବଢିବ ଦରମା
ଗଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସ୍ପେଶାଲ ଟ୍ରାଫିକ୍ ବ୍ୟବସ୍ଥା
2025 ରିପବ୍ଲିକ୍ ଡେ ହାଇଲାଇଟ୍ସ୍