ଚାଲିଛି ପଦ୍ମପୁର ଉପନିର୍ବାଚନ ଭୋଟ ଗଣତି । ତୃତୀୟ ରାଉଣ୍ଡରେ ବି ବିଜେଡି ପ୍ରାର୍ଥୀ ଆଗୁଆ ରହିଛନ୍ତି । ସମସ୍ତଙ୍କୁ ପଛରେ ପକାଇ ଏହି ରାଉଣ୍ଡରେ ୨,୧୪୭ ଖଣ୍ଡ ଭୋଟରେ ବିଜେଡି ପ୍ରାର୍ଥୀ ବର୍ଷା ବରିହା ଆଗରେ ରହିଛନ୍ତି । ତୃତୀୟ ରାଉଣ୍ଡରେ ବର୍ଷାଙ୍କୁ ୫ ହଜାର ୩୧୮ ଭୋଟ, ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ୩ ହଜାର ୧୭୧ ଭୋଟ ଓ କଂଗ୍ରେସ ପ୍ରାର୍ଥୀ ସତ୍ୟ ଭୂଷଣ ସାହୁଙ୍କୁ ୧୦୮ ଭୋଟ ମିଳିଛି । ଏବେ ସୁଦ୍ଧା ବିଜେଡି ମୋଟ ୫ ହଜାର ୭୬୬ ଭୋଟରେ ଆଗୁଆ ରହିଛି । ତୃତୀୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ମୋଟ ୧୫ ହଜାର ୯୧୬, ବିଜେପି ୧୦ ହଜାର ୧୫୦ ଓ କଂଗ୍ରେସ ଖାତାରେ ପଡିଛି ମୋଟ ୪୭୪ ଭୋଟ । ପ୍ରଥମ ଓ ଦ୍ୱିତୀୟ ରାଉଣ୍ଡରେ ବି ବିଜେଡି ଆଗୁଆ ରହିଥିଲା ।
“The eyes believe themselves, the ears believe other people.”
More Stories
ଅତ୍ୟଧିକ କଖାରୁ ଡାଲମା ଖାଉଛନ୍ତି କି
କେବେ ଥମିବ ଅପରାଧ, ୩ ବର୍ଷରେ ୮୧୯ ଦୁଷ୍କର୍ମ
ଓଡିଶା ସୀମାକୁ ଘେରିଛନ୍ତି 2000 ନକ୍ସଲ୍