ଏଣିକି ସାବାଡ଼ ହେବେ ଅମାନିଆ ଯାତ୍ରୀ । ଚଳନ୍ତା ଟ୍ରେନ୍ରେ ଚଢ଼ିଲେ ଦିନେ ଅଟକ । ଚଳନ୍ତା ଟ୍ରେନ୍ରେ ଚଢ଼ିଲେ ଆଉ ଅମାନିଆ ରେଳ ଯାତ୍ରୀଙ୍କୁ ବରଦାସ୍ତ କରାଯିବ ନାହିଁ । ସେମାନଙ୍କୁ ଗୋଟିଏ ଦିନ ଥାନାରେ ଅଟକ ରଖାଯିବାକୁ ଆରପିଏଫ୍ ପୁଲିସ ନିଷ୍ପତ୍ତି ନେଇଛି । ଆଜି ସକାଳୁ ଆରପିଏଫ୍ ପୁଲିସ ଏହି ଡ୍ରାଇଭ୍ ଆରମ୍ଭ କରିବାକୁ ଯାଉଛି । ଶନିବାର ଅପରାହ୍ନରେ ଜଣେ ଯାତ୍ରୀ ଚଳନ୍ତା ଟ୍ରେନରେ ଚଢ଼ୁଥିବା ବେଳେ ଖସିପଡ଼ିବାରୁ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତିଯାଇଥିଲେ। ଏହା ପରେ ଆରପିଏଫ୍ ପୁଲିସ ଏଭଳି ନିଷ୍ପତ୍ତି ନେଇଛି।
More Stories
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ