ଉତରକାଶୀ ସୁଡଙ୍ଗ ଦୁର୍ଘଟଣାରେ ଫସିଥିବା ୪୧ ଶ୍ରମିକଙ୍କୁ ୧୭ ଦିନ ପରେ ମଙ୍ଗଳବାର ରାତିରେ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଆଉ ଉଦ୍ଧାର ପରେ ଚର୍ଚ୍ଚାକୁ ଆସିଛନ୍ତି ଟନେଲ ଭିତରେ ଫସିଥିବା ସବୁଠାରୁ ବରିଷ୍ଠ ଶ୍ରମିକ ଗବର ସିଂହ ନେଗୀ । ସୁଡଙ୍ଗ ଭିତରେ ଥିବା ସମୟରେ ଶ୍ରମିକଙ୍କୁ ସାହସ ଦେବା ସହ ସେମାନଙ୍କ ମନୋବଳ ବଢାଇବାରେ ସାହାଯ୍ୟ କରିଥିଲେ ଗବର ସିଂହ । ଏହି ୧୭ ଦିନ ଭିତରେ ଶ୍ରମିକଙ୍କୁ ଶାରୀରିକ ଓ ମାନସିକ ସ୍ତରରେ ସକ୍ରିୟ ରଖିବା ପାଇଁ ସେମାନଙ୍କୁ ଯୋଗ କରିବା ମଧ୍ୟ ଶିଖାଇଥିଲେ ଗବର ସିଂହ । କେବଳ ସେତିକି ନୁହେଁ, ଉଦ୍ଧାର ସମୟରେ ଶ୍ରମିକଙ୍କୁ ଭରସା ଦେବା ପାଇଁ କହିଥିଲେ, ମୁଁ ସବୁଠାରୁ ବରିଷ୍ଠ- ମୁଁ ଶେଷରେ ଯିବି । ଉଦ୍ଧାର କାର୍ଯ୍ୟ ସଫଳ ହେବା ପରେ ଏବେ ଗବର ସିଂହଙ୍କ ଭୁରି ଭୁରି ପ୍ରଶଂସା କରାଯାଉଛି । ଗବର ସିଂହ ନେଗୀ, ଉତରାଖଣ୍ଡ ପୌରୀ ଗଡୱାଲର ବାସିନ୍ଦା । ଯାହାକି ସିଲକ୍ୟାରା ସୁଡଙ୍ଗ ଠାରୁ ୨୬୦ କିଲୋମିଟର ଦୂର ।
“The eyes believe themselves, the ears believe other people.”
More Stories
ତହବୁର ରାଣାକୁ ଘନ ଘନ ଜେରା
ବିଜେପିର ନୂଆ ସଭାପତି ହେଲେ ନୈନାର ନାଗେନ୍ଦ୍ରନ୍
ବହୁ ଚେଷ୍ଟା ପରେ ବି ବଦଳେନାହିଁ ସ୍ବାମୀ ସ୍ତ୍ରୀଙ୍କର ଏହି ଗୁଣ