The Topmost

“The eyes believe themselves, the ears believe other people.”

ଚନ୍ଦ୍ର ଅଭିଯାନ ଇତିହାସରେ ନୂଆ ଅଧ୍ୟାୟ

ଚନ୍ଦ୍ର ଅଭିଯାନ ଇତିହାସରେ ନୂଆ ଅଧ୍ୟାୟ । ଚନ୍ଦ୍ର ପୃଷ୍ଠରେ ପ୍ରଥମ ଥର ପାଇଁ ପାଦ ଦେବେ ଜଣେ ମହିଳା । ଆଷ୍ଟ୍ରୋନଟ କ୍ରିଷ୍ଟିନା ହାମୋକ କୋଚଙ୍କ ନାମ ଘୋଷଣା କରିଛି ନାସା । ଆସନ୍ତା ବର୍ଷ ଆର୍ଟେମିସ-୨ ମିସନରେ କ୍ରିଷ୍ଟିନା ସାମିଲ ହେବେ ବୋଲି ନାସା କହିଛି । ଓରିଅନ ସ୍ପେସକ୍ରାଫ୍ଟ ଜରିଆରେ ଚନ୍ଦ୍ର ଅଭିଯାନରେ ସାମିଲ ହେବେ କ୍ରିଷ୍ଟିନାଙ୍କ ସମେତ ୪ ମହାକାଶଚାରୀ । ବର୍ତ୍ତମାନ ସୁଦ୍ଧା କେବଳ ପୁରୁଷ ମହାକାଶଚାରୀମାନେ ଚନ୍ଦ୍ରକୁ ଯାଇଛନ୍ତି । କ୍ରିଷ୍ଟିନାଙ୍କ ସହ ଅନ୍ୟ ଯେଉଁ ୩ ମହାକାଶଚାରୀଙ୍କ ନାମ ଘୋଷଣା କରାଯାଇଛି ସେମାନେ ହେଲେ- ଜେରେମି ହାନସେନ, ଭିକ୍ଟର ଗ୍ଲୋଭର ଓ ରେଡ୍ ଓ୍ବାଇଜମ୍ୟାନ । ସେମାନେ ୧୦ ଦିନ ଲାଗି ଚନ୍ଦ୍ର ପୃଷ୍ଠକୁ ଯିବେ ।