The Topmost

“The eyes believe themselves, the ears believe other people.”

ଚନ୍ଦନ ରେଡ୍ଡୀଙ୍କ କାନ ଫଟାଇଦେଇଛି ଇଡି

ଆମ୍ ଆଦମୀ ପାର୍ଟିର ସାଂସଦ ସଂଜୟ ସିଂ ଙ୍କ ସଙ୍ଗୀନ ଅଭିଯୋଗ । ଏକ ସାମ୍ବାଦିକ ସମ୍ମିଳନୀ କରି ଇଡି ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଉପରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ସଂଜୟ । ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଇଡି କରୁଥିବା ଯାଞ୍ଚକୁ ନେଇ ବଡ ଖୁଲାସା କରିଛନ୍ତି ସଂଜୟ ସିଂ । ସେ କହିଛନ୍ତି ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଚନ୍ଦନ ରେଡ୍ଡୀଙ୍କୁ ଇଡି ଏତେ ଜୋରରେ ମାଡ ମାରିଛି ଯେ ତାଙ୍କ କାନର ପରଦା ଫାଟି ଯାଇଛି । କେବଳ ସେତିକି ନୁହେଁ, ଇଡି ଅଫିସ ଭିତରେ ଥିବା କିଛି ବେସରକାରୀ ଲୋକ ମଧ୍ୟ ଚନ୍ଦନ ରେଡ୍ଡୀଙ୍କୁ ମାଡ ମାରିଥିବା ସଂଜୟ ସିଂ ଅଭିଯୋଗ କରିଛନ୍ତି । ସେପଟେ ଚନ୍ଦନ ରେଡ୍ଡୀ ବି ଏହି ମାମଲାକୁ ନେଇ ଦିଲ୍ଲୀ ହାଇକୋର୍ଟରେ ଅଭିଯୋଗ ଦାଖଲ କରିଛନ୍ତି । ଆପ୍ ସାଂସଦ ସଂଜୟ ସିଂ ଇଡି ଆଢୁଆଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି ।