ଘାଟିକୁ ଖସିଲା ସେନା ଯବାନଙ୍କୁ ନେଇ ଯାଉଥିବା ବସ୍ । ଜମ୍ମୁ-କାଶ୍ମୀରରେ ବଡ ଧରଣର ଅଘଟଣ । ଅମରନାଥ ଯାତ୍ରା ଡ୍ୟୁଟିରେ ଥିବା ଆଇଟିବିପି ଯବାନଙ୍କୁ ନେଇ ଯାଉଥିବା ବେଳେ ଘାଟିକୁ ଖସିଛି ବସ୍ । ଚନ୍ଦନୱାଡିରୁ ପହଲଗାମକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ହୋଇଛି । ଘଟଣାରେ ୬ ଜଣ ଯବାନ ସହିଦ ହୋଇଥିବା ସୂଚନା ରହିଛି । ବସର ବ୍ରେକ ଫେଲ ହେବା କାରଣରୁ ଏହି ଦୁର୍ଘଟଣା ହୋଇଥିବା କୁହାଯାଉଛି । ଫଳରେ ବସଟି ସିଧାସଳଖ ନିୟନ୍ତ୍ରଣ ହରାଇ ଘାଟି ତଳକୁ ଖସି ପଡିଥିଲା । ଏହି ବସରେ ୩୭ ଜଣ ଆଇଟିବିପି ଯବାନ ଥିବା ବେଳେ ୨ ଜଣ ଜମ୍ମୁ-କାଶ୍ମୀର ପୋଲିସରେ କାର୍ଯ୍ୟରତ ଥିଲେ । ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ବସଟି ରାସ୍ତା ଉପରୁ ଘାଟି ତଳକୁ ଖସି ପଡିବା କାରଣରୁ ଅନେକ ଯବାନ ଆହତ ହୋଇଥିବା ବେଳେ କିଛି ଯବାନ ଗୁରୁତର ଆହତ ହୋଇଛନ୍ତି । ତେଣୁ ସେମାନଙ୍କୁ ଚିକିତ୍ସା ପାଇଁ ତୁରନ୍ତ ହସ୍ପିଟାଲକୁ ପଠାଯାଇଛି ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ