ଆସନ୍ତା ୨୦ ତାରିଖରୁ ରାଜ୍ୟରେ ଗଡ଼ିବନି ଘରୋଇ ବସ୍ । ୨୦ରୁ ରାଜ୍ୟବ୍ୟାପୀ ବସ୍ ଧର୍ମଘଟ କରିବାକୁ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ଘୋଷଣା କରିଛି । ସରକାରଙ୍କ ସହ ଆଲୋଚନା ପରେ ଗତ ୯ ତାରିଖରେ ଧର୍ମଘଟକୁ ସ୍ଥଗିତ ରଖିବାକୁ ସଂଘ ନିଷ୍ପତ୍ତି ନେଇଥିଲା । ୩୧ ତାରିଖ ପର୍ଯ୍ୟନ୍ତ ଧର୍ମଘଟ ସ୍ଥଗିତ ରହିଲା ବୋଲି ସଂଘ କହିଥିଲା । ମାତ୍ର ବୁଧବାର ସଂଘ ୟୁ-ଟର୍ଣ୍ଣ ମାରିବା ସହିତ ୨୦ରୁ ଆନ୍ଦୋଳନ ଡାକରା ଦେଇଛି । ଆଗକୁ ପାର୍ବଣ ଓ ୨୦ ତାରିଖରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଶାରଦୀୟ ପୂଜା ଆରମ୍ଭ ହେଉଛି । ଲୋକମାନେ ଘରକୁ ଫେରିବା ଓ ବୁଲିବାକୁ ଯିବା ପାଇଁ ସଜ ହୋଇଛନ୍ତି । ଏହି ସମୟରେ ଘରୋଇ ବସ୍ ମାଲିକ ସଂଘର ଧର୍ମଘଟ ଡ଼ାକରା ଯୋଗୁଁ ପରିବହନ ସେବା ଗୁରୁତର ଭାବେ ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଛି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା