The Topmost

“The eyes believe themselves, the ears believe other people.”

ଗ୍ୟାଙ୍ଗଷ୍ଟର ଅତିକ ବ୍ରଦର୍ସଙ୍କ ଅପରାଧ ଦୁନିଆର ଦି ଏଣ୍ଡ

ଗ୍ୟାଙ୍ଗଷ୍ଟର ଅତିକ ବ୍ରଦର୍ସଙ୍କ ଅପରାଧ ଦୁନିଆର ଦି ଏଣ୍ଡ । ଉତ୍ତରପ୍ରଦେଶରେ ଦୁଇ ଗ୍ୟାଙ୍ଗଷ୍ଟର ଭାଇଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଦୁର୍ବୁତ୍ତ । ପୋଲିସ ଓ ମିଡିଆ ଉପସ୍ଥିତିରେ ଗ୍ୟାଙ୍ଗଷ୍ଟାର ଅତିକ ଅହମ୍ମଦ ଓ ଅସରଫ ଅହମ୍ମଦକୁ ଗୁଳି କରି ହତ୍ୟା କରିଛନ୍ତି ୩ ଜଣ । ସାମ୍ବାଦିକ ବେଶରେ ଆସି ଦୁଇ ଭାଇଙ୍କୁ ହତ୍ୟା କରିଛନ୍ତି ୩ ଦୃର୍ବୁତ୍ତ । ଗତକାଲି ରାତି ସାଢେ ୧୦ଟା ବେଳେ ପ୍ରୟାଗରାଜ ମେଡିକାଲକୁ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ନିଆଯାଉଥିବା ବେଳେ ସେମାନଙ୍କୁ ଗୁଳି କରିଥିଲେ ୩ ସୁଟର । ହତ୍ୟାକାଣ୍ଡ ପରେ ୩ଜଣଙ୍କୁ ଗିରଫ କରି ପଚରାଉଚରା ବେଳେ ସେମାନେ କେବଳ ଏହି ୨ ଗ୍ୟାଙ୍ଗଷ୍ଟରଙ୍କୁ ହତ୍ୟା କରିବାକୁ ଆସିଥିବା କହିଛନ୍ତି । ଏହି ଗୁଳିକାଣ୍ଡରେ ଅତିକ ବ୍ରଦର୍ସଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ସାମ୍ବାଦିକ ଓ ଜଣେ କନଷ୍ଟେବଳ ଆହତ ହୋଇଛନ୍ତି । ତେବେ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଏନେଇ ୩ ଜଣିଆ ବିଚାର ବିଭାଗୟୀ କମିଶନ ମଧ୍ୟ ଗଠନ କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ଉତ୍ତର ପ୍ରଦେଶରେ ୧୪୪ ଧାରା ଲାଗୁ କରାଯାଇଛି । ଉତ୍ତେଜନାକୁ ଦୃଷ୍ଟିରେ ରଖି ପ୍ରୟାଗରାଜରେ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି । ସେହିପରି ୟୁପିର ସମସ୍ତ ପୋଲିସ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି ।