ଆଜିକାଲି ଦୈନନ୍ଦିନ ଜୀବନ ଠାରୁ ଆରମ୍ଭ କରି ବାହାରର କାମ ସବୁଥିରେ ରୋବଟର ସମ୍ପୃକ୍ତି ଧୀରେଧୀରେ ବଢିବାରେ ଲାଗିଛି । ଏହା ବିଭିନ୍ନ କାମରେ ମଣିଷକୁ ସାହାଯ୍ୟ କରୁଛି । ସେହିକ୍ରମରେ ଏମ୍ଆଇଟିର ବୈଜ୍ଞାନିକ ମାନେ ଏକ ରୋବୋଟିକ୍ ଗ୍ଲୋବସ୍ ବାହାର କରିଛନ୍ତି, ଯାହା ଆଗକୁ ବିଭିନ୍ନ କାମରେ ସାହାଯ୍ୟ କରିବ । ଅତ୍ୟାଧୁନିକ ଜ୍ଞାନକୌଶଳରରେ ନିର୍ମାଣ ହୋଇଥିବା ଏହି ଗ୍ଲୋବସର ରସାୟନିକ ଗୁଣ ଗୋଟିଏ ଜୀବନ୍ତ କୋଷ ସହ ମେଳ ଖାଉଛି । ଏହାର କାର୍ଯ୍ୟ ମଧ୍ୟ କିଛିଟା ଅବିକଳ ମଣିଷ କାର୍ଯ୍ୟଭଳି । ଏହି ଗ୍ଲାବସ ବ୍ୟବହାର କରାଯାଇ ବିଭିନ୍ନ ବସ୍ତୁକୁ ଧରିହେବ । ଏହାର ଫଙ୍କସନ୍ ସେନସର ଉପରେ ନିର୍ଭର କରୁଛି । ଯେଉଁବ୍ୟକ୍ତି ମାନେ ହାତରେ ଲାଗିଥିବା ବିଭିନ୍ନ ଆଘାତ କାରଣରୁ ସମସ୍ୟା ଭୋଗୁଛନ୍ତି ସେମାନଙ୍କୁ ଏହି ଗ୍ଲୋବସଟି ବିଶେଷ ଭାବରେ ସାହାଯ୍ୟ କରିବ । ସେମାନେ ଏହାକୁ ପିନ୍ଧି ବିଭିନ୍ନ ସାମଗ୍ରୀକୁ ହାତରେ ଧରିବାରେ ସକ୍ଷମ ହୋଇପାରିବେ । ଏହା ଆଗକୁ ବିଭିନ୍ନ କାର୍ଯ୍ୟରେ ବ୍ୟବହାର କରାଯାଇପାରିବ ବୋଲି ସେମାନେ ଆକଳନ କରିଛନ୍ତି । ଗ୍ଲୋବସଟି ଅନେକ ଲୋକଙ୍କୁ ବିଭିନ୍ନ ଉପାୟରେ ସାହାଯ୍ୟ କରିବ ବୋଲି କମ୍ପାନୀ ପକ୍ଷରୁ ମତ ପ୍ରକାଶ ପାଇଛି ।
“The eyes believe themselves, the ears believe other people.”
More Stories
ନାଭିରେ ପ୍ରତିଦିନ ଲଗାନ୍ତୁ ମହୁ, ରହିବନି ଏହି ସବୁ ସମସ୍ୟା
ପିଲାଙ୍କ ଠାରେ ଏହି ଲକ୍ଷଣ ଦେଖାଗଲେ ହୋଇଯାଆନ୍ତୁ ସାବଧାନ
ଶାନ୍ତିରେ ଚା ପିଇଲେ କମୁଛି ମୃତ୍ୟୁ ହାର