ରଥଯାତ୍ରା ପାଖେଇ ଆସୁଥିବାବେଳେ ପୁଣି ଅଶାନ୍ତ ହୋଇଛି ଶ୍ରୀକ୍ଷେତ୍ର । ଏହାରିଭିତରେ ଗ୍ରୋସରୀ ଦୋକାନ ଉପରକୁ ତିନିଜଣ ଦୁର୍ବୃତ୍ତ ବୋମାମାଡ କରିଛନ୍ତି । ପୁରୀ ସ୍ୱର୍ଗଦ୍ୱାର ପାଖ ଭାରତ ସେବାଶ୍ରମ ପାଖରେ ଥିବା ଶକୁନ୍ତଳା ନାୟକଙ୍କ ଗ୍ରୋସରୀ ଦୋକାନ ଉପରକୁ ହୋଇଛି ବୋମାମାଡ଼ । ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୋମାମାଡ଼ ହୋଇ ଥିବାବେଳେ ଏଥିରେ କୌଣସି କ୍ଷୟକ୍ଷତି ହୋଇନାହିଁ । ୩ ଜଣ ଦୁର୍ବୃତ୍ତ ବାଇକ୍ରେ ଆସି ଗୋଟିଏ ବୋମାମାଡ଼ କରି ଫେରାର ହୋଇଯାଇଛନ୍ତି । ଖବର ପାଇ ଘଟଣାସ୍ଥଳରେ ବଳିଆପଣ୍ଡା ଥାନା ଅଧିକାରୀ ପହଞ୍ଚି ତଦନ୍ତ ଚଳାଇଛନ୍ତି । ତେବେ ଶକୁନ୍ତଳା ନାୟକଙ୍କ ଗ୍ରୋସରୀ ଦୋକାନ ଆଗରେ ଥିବା ଅନ୍ୟ ଜଣେ ଗ୍ରୋସରୀ ଦୋକାନୀ ଏହି ବୋମାମାଡ଼ କରିଥିବା ଅଭିଯୋଗ ହୋଇଛି ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା