The Topmost

“The eyes believe themselves, the ears believe other people.”

ଗ୍ରେନେଡ ବିସ୍ଫୋରଣରେ ଆର୍ମି କ୍ୟାପ୍ଟେନ ଓ ଜେସିଓ ସହିଦ

ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲ୍ଲାର ଏଲଓସିରେ ଗ୍ରେନେଡ ବିସ୍ଫୋରଣ । ଘଟଣାରେ ଜଣେ ଆର୍ମି କ୍ୟାପ୍ଟେନ ଓ ଜେସିଓ ସହିଦ ହୋଇଛନ୍ତି । ସେହିପରି ସ୍ଥଳ ସେନାର ଆଉ ୪ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁସାରେ ଆର୍ମି ଯବାନମାନେ ଏଲଓସିରେ ପାଟ୍ରୋଲିଂ କରୁଥିବା ବେଳେ ଦୁର୍ଘଟଣାବଶତଃ ଗ୍ରେନେଡ ବିସ୍ଫୋରଣ ହୋଇଥିଲା । ଏହି ଘଟଣାରେ ୬ ଜଣ ସୈନ୍ୟ ଆହତ ହୋଇଥିଲେ । ସେମାନଙ୍କୁ ତୁରନ୍ତ ହେଲିକପ୍ଟର ଯୋଗେ ମେନ୍ଧର ସେକ୍ଟରରୁ ଚିକିତ୍ସା ପାଇଁ ଉଦ୍ଧମପୁର ନିଆଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ କ୍ୟାପ୍ଟେନ ଓ ଆଉ ଜଣେ ଜେସିଓଙ୍କ ମୃତ୍ୟୁ ଘଟିଛି । ତେବେ ବର୍ତ୍ତମାନ ଅନ୍ୟ ୪ ଜଣ ଯବାନଙ୍କର ଚିକିତ୍ସା ଚାଲିଛି । ଘଟଣା ପରେ ସୀମାରେ ସତର୍କତା ଅବଲମ୍ବନ କରାଯାଇଥିବାବେଳେ କେଉଁ ପରିସ୍ଥିତିରେ ଗ୍ରେନେଡ ବିସ୍ଫୋରଣ ହେଲା ତା’ର ମଧ୍ୟ ତଦନ୍ତ କରାଯାଉଛି ।