ଆମେ ଜାଣିଛେ ଯେ ଆମ ଶରୀର ଓ ସ୍ବାସ୍ଥ୍ୟ ସବୁକିଛିର ନିୟନ୍ତ୍ରଣ ରହିଛି ଖାଦ୍ୟ, ପାନୀୟ ଓ ନିଦ୍ରା ହାତରେ। ଉପଯୁକ୍ତ ଖାଦ୍ୟ, ପାନୀୟ ଓ ନିଦ୍ରା ହେଉଥିଲେ ଶରୀର ସୁସ୍ଥ ରହିବା ସହ ମୁଖମଣ୍ଡଳର ଔଜଲ୍ୟତା ବି ବଜାୟ ରହେ। ତେବେ ଏପରି କିଛି ଖାଦ୍ୟ ଅଛି ଯାହାକୁ ଖାଇବା ଦ୍ବାରା ଆପଣଙ୍କ ମୁଖମଣ୍ଡଳ ମଳିନ ଦିଶିପାରେ।
ଯଦି ଆପଣଙ୍କର ଆଲ୍କହଲ ଅଭ୍ୟାସ ଅଛି ତେବେ ସାବଧାନ ହୋଇଯାଆନ୍ତୁ। ଆଲକହଲ୍ କେବଳ ଶରୀର ପାଇଁ ନୁହେଁ, ଆପଣଙ୍କ ତ୍ବଚା ପାଇଁ ବି କ୍ଷତିକାରକ ହୋଇଥାଏ। ଆଲ୍କହଲ ପିଇବା ଦ୍ବାରା ତ୍ବଚାର ଔଜଲ୍ୟ ହ୍ରାସ ପାଏ।
ଆପଣ ଜାଣନ୍ତି ଯେ ଜୁସ୍ ପଇବା ଶରୀର ପାଇଁ ଭଲ। ମାତ୍ର ଆପଣ ନିଶ୍ଚିତ ହୁଅନ୍ତୁ ଯେ କେଉଁ ଜୁସ୍ ପିଉଛନ୍ତି। ବଜାରରେ ମିଳୁଥିବା ପ୍ୟାକେଟ୍ ଜୁସ୍ ତ୍ବଚା ପାଇଁ ଆଦୌ ଭଲ ନୁହେଁ। ସେଥିରେ ଅତିରିକ୍ତ ପରିମାଣର ଶର୍କରା ଭାଗ ରହୁଥିବାରୁ ତ୍ବଚା ରୁକ୍ଷ ଦିଶିବାର ତାହା ଏକ ପ୍ରମୁଖ କାରଣ ହୋଇଥାଏ।
ଏସବୁ ପରି ଥଣ୍ଡା ପାନୀୟ ବି ତ୍ବଚା ପାଇଁ ଆଦୌ ଭଲ ହୋଇନଥାଏ। ଏଥିରେ ଥିବା ସୋଡ଼ା ଅଂଶ ତ୍ବଚାକୁ ରୁକ୍ଷ କରି ଦେଇଥାଏ।
More Stories
ଭୃସଙ୍ଗ ପତ୍ରର ନ୍ୟୁଟ୍ରିସନକୁ ସରି ହେବନି ମହଙ୍ଗା ଔଷଧ
ଗର୍ଭାବସ୍ଥାରେ କେଉଁ ଧାତୁର ପ୍ରଭାବ କିପରି ହୋଇଥାଏ
magic of sugarcane juice ଆଖୁରସର ଚମତ୍କାରୀତା