ନବକିଶୋର ଦାସଙ୍କୁ ଗୁଳି କରି ହତ୍ୟା ମାମଲା। ତଦନ୍ତର ଶେଷ ଭାଗରେ ପହଞ୍ଚିଲାଣି କ୍ରାଇମବ୍ରାଞ୍ଚ । ରାତି ଅଧିଆ ଅଭିଯୁକ୍ତ ଗୋପାଳର ପୈତୃକ ଗାଁ ଜଳେଶ୍ଵରପୁରରେ କ୍ରାଇମବ୍ରାଞ୍ଚ ଟିମର ତିନି ଜଣିଆ ଟିମ ପହଞ୍ଚିଛନ୍ତି । ପରିବାର ଲୋକଙ୍କୁ ପଚରାଉଚରା କରିଛି ତଦନ୍ତକାରୀ ଟିମ୍ । ଗୋପାଳଙ୍କ ପତ୍ନୀ, ଗୋପାଳଙ୍କ ଭାଇ ଓ ଗୋପାଳଙ୍କ ପୁତୁରାଙ୍କୁ ପଚରାଉଚରା କରିଛି କ୍ରାଇମବ୍ରାଞ୍ଚ ଟିମ । ପଚରାଉଚରା ପରେ ବିଳମ୍ବିତ ରାତିରେ ଫେରିଲା ଟିମ୍ । ପୂର୍ବରୁ ଗତ ମାସ ୩୧ରେ କ୍ରାଇମବ୍ରାଞ୍ଚ ଟିମ ବ୍ରହ୍ମପୁରରେ ପହଞ୍ଚି ୫ ଦିନ ତଦନ୍ତ କରି ଫେରିଥିଲା । ଆଜି ପୁଣି ଟିମ୍ ଅଭିଯୁକ୍ତ ଗୋପାଳ ପରିବାର ସଦସ୍ୟଙ୍କୁ ପଚରାଉଚରା କରିପାରେ ବୋଲି ସୂଚନା ମିଳିଛି ।
“The eyes believe themselves, the ears believe other people.”
More Stories
ଅତ୍ୟଧିକ କଖାରୁ ଡାଲମା ଖାଉଛନ୍ତି କି
କେବେ ଥମିବ ଅପରାଧ, ୩ ବର୍ଷରେ ୮୧୯ ଦୁଷ୍କର୍ମ
ଓଡିଶା ସୀମାକୁ ଘେରିଛନ୍ତି 2000 ନକ୍ସଲ୍