ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ମାମଲା । ବେଙ୍ଗାଲୁରୁରେ ଅଭିଯୁକ୍ତ ଗୋପାଳ ଦାସର ମାନସିକ ସ୍ଥିତି ଯାଞ୍ଚ ପାଇଁ କ୍ରାଇମବ୍ରାଞ୍ଚକୁ ମିଳିବ କି ଅନୁମତି । ଆଜି ଆସିବ ମାନସିକ ସ୍ଥିତି ଯାଞ୍ଚ ମାମଲାର ରାୟ । ଝାରସୁଗୁଡ଼ା ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ କୋର୍ଟ ଆଜି ତାଙ୍କ ରାୟ ଶୁଣାଇବେ । ବେଙ୍ଗାଲୁରୁରେ ଡାକ୍ତରୀ ପରୀକ୍ଷା ସମ୍ପର୍କିତ ଆବେଦନ ଉପରେ କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି । ଗତ ୨୨ ତାରିଖରେ କ୍ରାଇମବ୍ରାଞ୍ଚ ପକ୍ଷରୁ କରାଯାଇଥିବା ଆବେଦନକୁ ଜିଲ୍ଲା ଜଜ୍ ଗ୍ରହଣ କରିଥିଲେ । ପୂର୍ବରୁ କ୍ରାଇମବ୍ରାଞ୍ଚ ଜେଏମଏଫସି କୋର୍ଟରେ ଗୋପାଳର ମାନସିକ ସ୍ଥିତିର ଅଧିକ ପରୀକ୍ଷା ପାଇଁ ଆବେଦନ କରିଥିଲେ । ଜେଏମଏଫସି କୋର୍ଟ ଖାରଜ କରିବା ପରେ ଜିଲ୍ଲା କୋର୍ଟରେ ଆବେଦନ କରାଯାଇଥିଲା ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା