The Topmost

“The eyes believe themselves, the ears believe other people.”

ଗୋଟିଏ ମଞ୍ଚରେ ଏକାଠି ପାଇଲଟ ଓ ଗେହଲଟ

ରାଜସ୍ଥାନ ରାଜନୀତିରେ ନୂଆ ମୋଡ । ଗୋଟିଏ ମଂଚରେ ପାଇଲଟ ଓ ଗେହଲଟ ଏକାଠି । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ଯୁବନେତା ସଚିନ ପାଇଲଟଙ୍କ ମଧ୍ୟରେ ଯେଉଁ ବିବାଦ ଚାଲିଛି ସେ ନେଇ ପ୍ରତିଦିନ କିଛି ନା କିଛି ନୂଆ କଥା ସାମ୍ନାକୁ ଆସୁଛି । ଏହା ଭିତରେ ଆର୍ଶ୍ଚଯ୍ୟ କରିଛି ନୂଆ ଫଟୋ । ଗୋଟିଏ ମଂଚରେ ପାଇଲଟ ଓ ଗେହଲଟ ଏକାଠି ଛିଡା ହୋଇଥିବା ଦେଖିବାକୁ ମିଳିଛି । ଦଳର ବରିଷ୍ଠ ନେତା କେସି ବେଣୁଗୋପଳ ପାଇଲଟ ଓ ଗେହଲଟଙ୍କ ହାତ ଧରି ଶକ୍ତି ପ୍ରଦର୍ଶନ କରିଛନ୍ତି । ଏଥିସହ କଂଗ୍ରେସ ହୁଏତ ଏହି ବାର୍ତା ଦେବାକୁ ଚେଷ୍ଟା କରିଛନ୍ତି କି ପୂର୍ବରୁ ଏମାନଙ୍କ ମଧ୍ୟରେ ଯାହା ବିବାଦ ଥିଲା ତା ଏବେ ଶେଷ ହୋଇଛି । ଡିସେମ୍ବର ମାସରେ ଭାରତ ଯୋଡ ଯାତ୍ରା ରାଜସ୍ଥାନରେ ପହଁଚିବ । ଏନେଇ ଆଜି କଂଗ୍ରେସର ଏକ ବୈଠକ ବସିଥିଲା । ଏଥିରେ ଉଭୟ ନେତା ପହଁଚିବା ସହ ଗୋଟିଏ ମଂଚରେ ଏକାଠି ନଜର ଆସିଥିଲେ ।