The Topmost

“The eyes believe themselves, the ears believe other people.”

ଗୋଟାବାୟାଙ୍କ ମାଳଦ୍ବୀପ ପଳାୟନ

ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେ ଇସ୍ତଫାର ସରକାରୀ ଘୋଷଣା ପୂର୍ବରୁ ଦେଶରୁ ପଳାୟନ କରିଛନ୍ତି । ସେ ମଙ୍ଗଳବାର ରାତିରେ ମାଳଦ୍ବୀପ ପହଞ୍ଚିଛନ୍ତି । ଗୋଟବାୟା ରାଜପକ୍ଷେ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେବା ପୂର୍ବରୁ ପରିବାର ସମେତ ନିଜକୁ ସୁରକ୍ଷା ମାଗିଥିଲେ । ରାଜପକ୍ଷେ ସର୍ତ୍ତ ରଖି କହିଥିଲେ ଯେ ସେ ପରିବାର ସମେତ ଦେଶରୁ ବାହାରିଯିବାକୁ ଚାହୁଁଛନ୍ତି । ଏଭଳି ସ୍ଥିତିରେ ସୁରକ୍ଷିତ ପଠାଇବାକୁ ସୁନିଶ୍ଚିତ କରାଯାଉ । ୩ ଦିନ ପୂର୍ବରୁ ସେ ଏହି ଘୋଷଣା କରିଥିଲେ ଯେ ଜୁଲାଇ ୧୩ ରେ ଇସ୍ତଫା ଦେବେ । ଗୋଟବାୟା ଇସ୍ତଫା ଉପରେ ଦସ୍ତଖତ ଦିନକ ପୂର୍ବରୁ କରିଥିଲେ । ଏଥିରେ ତାରିଖ ଜୁଲାଇ ୧୩ ରଖାଯାଇଛି । ଏବେ ଗୋଟବାୟା ରାଜପକ୍ଷେଙ୍କ ଇସ୍ତଫା ନେଇ ଆଜି ବାଚସ୍ପତି ସର୍ବସାଧାରଣରେ ଘୋଷଣା କରିବେ ।