ଦୀପାବଳିରେ ବାଣ ଯୋଗୁ ବିଭିନ୍ନ ସ୍ଥାନରେ ଘଟିଛି ଅଘଟଣ । ବାଲିପାଟଣାର ବିଭିନ୍ନ ସ୍ଥାନରେ ନିଆଁ ଲାଗି ଦୁର୍ଘଟଣା ଘଟିଛି । ସେହିଭଳି ବାଲିଅନ୍ତା ବ୍ଳକ ପ୍ରତାପୁରୁଦ୍ରପୁର ପାରିବାସୁ ଦେବପୁର ମଲ୍ଲିକ ସାହିରେ ବାଣରୁ ନିଆଁ ଲାଗି ୩ ଗୋରୁ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ବାଣରୁ ନିଆଁ ଆସି ଗୁହାଳ ଘରେ ଲାଗି ଘରଟି ସମ୍ପୁର୍ଣ୍ଣ ଜଳି ପାଉଁଶ ହୋଇଯାଇଥିବା ବେଳେ ସେଥିରେ ଥିବା ଗୋରୁ ୩ଟି ସମ୍ପୁର୍ଣ୍ଣ ଦଗ୍ଧ ହୋଇଯାଇଛନ୍ତି । କିଛି ସମୟ ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିଥିଲେ ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା