ପଶ୍ଚିମବଙ୍ଗରେ ଟିଏମସି ନେତା ମୋଟିରୁଲ ଶେକଙ୍କ ଉପରକୁ ଗୁଳିମାଡ଼ । ମୁର୍ସିଦାବାଦ ୬ରୁ ୭ ରାଉଣ୍ଡ ଗୁଳି ସହ ବୋମାମାଡ଼ କରି ଫେରାର ହୋଇଗଲେ ଦୁର୍ବୃତ୍ତ । ଗୁରୁତର ଅବସ୍ଥାରେ ଟିଏମସି ନେତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ପଶ୍ଚିମବଙ୍ଗରେ ଆଗକୁ ପଞ୍ଚାୟତ ନିର୍ବାଚନ ହେବାକୁ ଯାଉଥିବା ବେଳେ, ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଆରମ୍ଭ ହୋଇଛି ପ୍ରଚାର । ଆଇନଶୃଙ୍ଖଳା ସ୍ଥିତିକୁ ଅଧିକ ଜଟିଳ କରିଛି ଗୁଳି ଓ ବୋମାମାଡ଼ । ବିଜେପି ଏପରି କାଣ୍ଡ ଭିଆଇଛି ବୋଲି ଟିଏମସି ଅଭିଯୋଗ କରିଛି ।
More Stories
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ
ବିମାନ ଦୁର୍ଘଟଣାର ଚାଲିଛି ପୁଙ୍ଖାନୁପୁଙ୍ଖ ତଦନ୍ତ
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ