The Topmost

“The eyes believe themselves, the ears believe other people.”

ଗୁଳି ବିନିମୟରେ ଆତଙ୍କୀ ମୃତ..

ଜାମ୍ମୁ ଓ କାଶ୍ମୀର ଚେକି ଡୁଡୋରେ ଗୁଳିବିନିମୟ । ଗୁଳିବିନିମୟରେ ଲସ୍କର-ଏ-ତୋଏବାର ଜଣେ ଆତଙ୍କୀ ମୃତ । ଏକ ଆତଙ୍କବାଦୀ ଆଶ୍ରୟସ୍ଥଳୀ ଚିହ୍ନଟ କରିବା ଲାଗି ପୋଲିସ ଟିମ ସହ ଜଣେ ଆତଙ୍କବାଦୀକୁ ନିଆଯାଉଥିବାବେଳେ ଗୁଳିବିନିମୟ ହୋଇଥିଲା । ଏଥିରେ ଜଣେ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି । ଅନନ୍ତନାଗରେ କେତେକ ସ୍ଥାନରେ ଆତଙ୍କବାଦୀଙ୍କ ଗୋପନସ୍ଥଳୀ ରହିଥିବା ନେଇ ସୂଚନା ପାଇଥିଲେ ସୁରକ୍ଷକର୍ମୀ । ଏହାକୁ ଠାବ କରିବା ଲାଗି ଜଣେ ଆତଙ୍କବାଦୀକୁ ସାଙ୍ଗରେ ଧରି ସୁରକ୍ଷାକର୍ମୀ ଯାଉଥିବାବେଳେ ସେମାନଙ୍କ ଉପରକୁ ଗୁଳିମାଡ ହୋଇଥଇଲା । ଏହି ଗୁଳି ସୁରକ୍ଷାକର୍ମୀଙ୍କ ସହ ଥିବା ଲସ୍କର ସଦସ୍ୟ ସଜ୍ଜାଦ ତନ୍ତରାୟ ଦେହରେ ବାଜିଥିଲା । ତାଙ୍କୁ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେତେବେଳକୁ ତାଙ୍କ ମୃତ୍ୟୁ ଘଟି ସାରିଥିଲା ।