The Topmost

“The eyes believe themselves, the ears believe other people.”

ଗୁଜୁରାଟରେ ‘ବିପର୍ଯ୍ୟୟ’ର ଭୟଙ୍କର ରୂପ

ଗୁଜୁରାଟ ଉପକୂଳ ଛୁଇଁବା ପରେ ରାଜସ୍ଥାନ ମୁହାଁ ହୋଇଛି ବାତ୍ୟା ବିପର୍ଯ୍ୟୟ । ଯଦିଓ ଗୁଜୁରାଟ ଉପକୂଳ ଛୁଇଁବା ପରେ ପବନର ଗତି ସାମାନ୍ୟ ହ୍ରାସ ପାଇଛି ତଥାପି କଚ୍ଛ ଓ ସୌରାଷ୍ଟ୍ରରେ ପବନର ବେଗ ସାଙ୍ଗକୁ ପ୍ରବଳ ବର୍ଷା ଯୋଗୁଁ ଅନେକ ସହର ଜଳମଗ୍ନ ହୋଇଛି । ପବନ ସାଙ୍ଗକୁ ବର୍ଷା ଯୋଗୁଁ ମାଣ୍ଡବୀର ରାସ୍ତାଘାଟରେ ନଦୀର ଭ୍ରମ ସୃଷ୍ଟି ହୋଇଛି । ଏହାସହ ବାତ୍ୟା ବିପର୍ଯ୍ୟୟର ସ୍ଥଳଭାଗ ଛୁଇଁବା ପରର ଦୃଶ୍ୟ ସାମ୍ନାକୁ ଆସିଛି । ଗୁଜୁରାଟ ଓ ରାଜସ୍ଥାନର ଅନେକ ସହର ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଯାଇଛି । ଝଡତୋଫାନରେ ଗୁଜୁରାଟ ଗାନ୍ଧୀନଗରରେ ୨୨ଜଣ ଗୁରୁତର ଆହତ ହୋଇଛନ୍ତି । ଏନଡିଆରଏଫ୍ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି ।