କୋର୍ଟ ଭିତରେ ପଶି ଓକିଲଙ୍କ ଭଙ୍ଗାରୁଜା ଘଟଣାରେ କାର୍ଯ୍ୟାନୁଷ୍ଠାନ । ୧୨ ଜଣ ଅଇନଜୀବୀ ଗିରଫ ହୋଇଥିବାବେଳେ ୯ ଜଣଙ୍କ ଜାମିନ ନାମାଞ୍ଜୁର ହେବାରୁ ସେମାନଙ୍କୁ ଜେଲ ପଠାଇ ଦିଆଯାଇଛି । ଏହାସହ କଚେରୀ ଛକରେ ୧୪୪ ଧାରା ଜାରି ହୋଇଛି । ଶତାଧିକ ଓକିଲଙ୍କ ନାଁରେ ମାମଲା ରୁଜୁ କରିଛି ସମ୍ବଲପୁର ପୋଲିସ । ଏଫଆଇଆରରେ ୧୧ ଜଣ ଓକିଲଙ୍କ ନାମ ଉଲ୍ଲେଖ ରହିଥିବାବେଳେ ୧୦୦ରୁ ୧୫୦ ଜଣ ଓକିଲଙ୍କ ନାମରେ ମାମଲା ରୁଜୁ ହୋଇଛି । ଆଇପିସିର ଧାରା ୧୪୭, ୩୪୧, ୩୨୩, ୩୫୩, ୩୩୨, ୫୦୬, ୧୮୬, ୧୮୮ ଓ ୧୪୯ ରେ ମାମଲା ରୁଜୁ ହୋଇଛି । କୋର୍ଟ ପରିସରରେ ୧୪୪ ଧାରା ଲଗାଯିବା ସତ୍ତ୍ବେ ଆଇନଜୀବୀମାନେ ବିଶୃଙ୍ଖଳା ସୃଷ୍ଟି କରିବା ସହ ଭଙ୍ଗାରୁଜା କରିଥିଲେ । ଏପରିକି ବିଚାରପତିଙ୍କ କାର୍ଯ୍ୟରେ ବାଧା ଦେଇଥିଲେ । ଆଇନଜୀବୀଙ୍କ ଏହି ବିଶୃଙ୍ଖଳିତ ଆଚରଣ ପରେ କ୍ଷୁବ୍ଧ ହୋଇଥିଲେ ସୁପ୍ରିମକୋର୍ଟ ।
More Stories
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ