The Topmost

“The eyes believe themselves, the ears believe other people.”

ଗିରଫ ଭାସ୍କର ସାହୁକୁ ଛାଡ଼ିବାକୁ ପାଣ୍ଡିଆନଙ୍କ ନିର୍ଦ୍ଦେଶ

କାଳିମାଡ଼ ସତ୍ତ୍ବେ ଉଦାରତା ଦେଖାଇଲେ 5T ସଚିବ ଭିକେ ପାଣ୍ଡିଆନ । ଗିରଫ ଭାସ୍କର ସାହୁକୁ ଛାଡ଼ିବାକୁ ନିର୍ଦ୍ଦେଶ ଦେଲେ 5T ସଚିବ । ଭିକେ ପାଣ୍ଡିଆନଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ଭାସ୍କର ସାହୁକୁ ଖଲାସ କରିଛି । ଅଭିଯୁକ୍ତ ଭାସ୍କରକୁ ଛାଡ଼ିବା ପରେ 5T ସଚିବଙ୍କୁ ଧନ୍ୟବାଦ ଜଣାଇଲେ ପରିବାର ଲୋକ । ଗତକାଲି 5T ସଚିବ ଭିକେ ପାଣ୍ଡିଆନଙ୍କ ସତ୍ୟବାଦୀ ଗସ୍ତ ସମୟରେ ତାଙ୍କ ଉପରେ ଭାସ୍କର ସାହୁ କାଳିମାଡ଼ କରିଥିଲା । ରାଜନୈତିକ ଦଳ ଦ୍ବାରା ପରିଚାଳିତ ହୋଇ ଭାସ୍କର ଏଭଳି କରିଥିବା ଜଣାପଡ଼ିଛି । ରାଜ୍ୟରେ ବିକାଶମୂଳକ କାମକୁ ବିରୋଧୀ ସହ୍ୟ କରିପାରୁନାହାନ୍ତି । ଅସହିଷ୍ଣୁ ହୋଇ ଏଭଳି ବିଶୃଙ୍ଖଳା ସୃଷ୍ଟି କରିବା ପାଇଁ ଷଡ଼ଯନ୍ତ୍ର କରୁଥିବା ସ୍ଥାନୀୟ ଲୋକ କହିଛନ୍ତି । କାଳିମାଡ଼ ସତ୍ତ୍ବେ ଭିକେ ପାଣ୍ଡିଆନ ହସହସ ମୁହଁରେ ଲୋକଙ୍କ ସହ ମିଶିବା ସହ ନିର୍ଦ୍ଧାରିତ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଏହା ବିରୋଧୀଙ୍କ ମୁହଁରେ ଶକ୍ତ ଚାପୁଡ଼ା ବୋଲି ମଧ୍ୟ କୁହାଯାଉଛି ।