The Topmost

“The eyes believe themselves, the ears believe other people.”

ଗାଜା ହସ୍ପିଟାଲରେ ନାହିଁ ବିଜୁଳି ଓ ପାଣି

ଇସ୍ରାଏଲ୍- ହମାସ ଯୁଦ୍ଧ ମଧ୍ୟରେ ଗାଜାର ସର୍ବବୃହତ ହସପିଟାଲ ଠପ୍ । ବିଜୁଳି ଓ ପାଣି ବିନା ହସପିଟାଲରେ ଚିକିତ୍ସା ସମ୍ଭବ ହେଉନି। ଯୁଦ୍ଧ ମଧ୍ୟରେ ଶହ ଶହ ରୋଗୀ ଚିକିତ୍ସା ଅପେକ୍ଷାରେ ସେଠାରେ ଫସି ରହିଥିବା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ବା ଡବ୍ଲୁଏଚଓ ସୂଚନା ଦେଇଛି । ଗାଜାର ମୋଟ୍ ୩୬ଟି ହସପିଟାଲରୁ ୨୦ଟିରେ ଚିକିତ୍ସା ବ୍ୟବସ୍ଥା ଠପ୍ ରହିଛି। ଉତ୍ତର ଗାଜାରେ ଇସ୍ରାଏଲି ସେନା ହସପିଟାଲ ଗୁଡ଼ିକୁ ଘେରି ରହିଛନ୍ତି। ୩ହଜାରରୁ ଅଧିକ ରୋଗୀ, ହସପିଟାଲ କର୍ମଚାରୀ ଆବଶ୍ୟକ ଇନ୍ଧନ, ପାଣି ଓ ଖାଦ୍ୟ ଅଭାବରେ ରହିଛନ୍ତି । ବିଜୁଳି ସମସ୍ୟା ପାଇଁ ୨ଜଣ ନବଜାତ ପ୍ରାଣ ହରାଇଥିବା ବେଳେ ଅନେକ ଶିଶୁଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ଆଖପାଖ ଅଞ୍ଚଳରେ ଯୁଦ୍ଧ ଚାଲିଥିବା ବେଳେ ଅଲ୍-ସିଫା ହସପିଟାଲରେ ଅନେକ ଲୋକ ଶରଣ ନେଇଛନ୍ତି। ହସପିଟାଲଗୁଡ଼ିକୁ ନିଜ ଅପରେସନ୍ ପାଇଁ ହମାସ ବ୍ୟବହାର କରୁଥିବା ଇସ୍ରାଇଲ୍ ସେନା ବାରମ୍ବାର ଅଭିଯୋଗ କରିଛି। ଆହତଙ୍କୁ ଅସ୍ତ୍ର କରି ହମାସ କମାଣ୍ଡ ସେଣ୍ଟର ଚଳାଉଥିବା ଅଭିଯୋଗ ହୋଇଛି। ତେଣୁ ଅଲ୍-ସିଫା ହସପିଟାଲରେ ହମାସର କମାଣ୍ଡ ସେଣ୍ଟର ଘେରିଛି ଇସ୍ରାଏଲ୍ ସେନା। ଏଥିସହ ଗୋଟିଏ ଦିନରେ ୧୫୦ରୁ ଅଧିକ ଆତଙ୍କୀଙ୍କୁ ମାରିଥିବା ସୂଚନା ମିଳିଛି।