The Topmost

“The eyes believe themselves, the ears believe other people.”

‘ଗଦର ୨’ ଓ ‘OMG2’ ଭିତରେ କଡ଼ା ମୁକାବିଲା

ରିଲିଜ ହୋଇଛି ବହୁ ପ୍ରତିକ୍ଷିତ ଫିଲ୍ମ ‘ଗଦ୍ଦର-୨’ । ସନି ଦେୱଲ ଏବଂ ଅମିଶା ପଟେଲଙ୍କ ଅଭିନୀତ ଏହି ଫିଲ୍ମ ଦେଖିବା ପାଇଁ ସିନେମା ହଲରେ ପ୍ରବଳ ଭିଡ଼ ଜମିଛି । ୨୦୦୧ ମସିହାରେ ଅନିଲ ଶର୍ମାଙ୍କ ନିର୍ଦ୍ଦେଶିତ ଗଦର ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିଥିଲା । ୨୨ ବର୍ଷ ପରେ ଏହାର ଦ୍ୱିତୀୟ ଭାଗ ରିଲିଜ ହୋଇଛି । ଯାହାକୁ ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ରହିଥିଲା । ମୂଳ ଚଳଚିତ୍ର ଗଦର-ଏକ ପ୍ରେମ କଥାରେ ସନି ଦେୱଲ ତାରା ସିଂ ଏବଂ ଅମିଷା ପଟେଲ ସାକିନା ଭୂମିକାରେ ଅଭିନୟ କରିଥିଲେ । ‘ଗଦ୍ଦର-୨’ରେ ମଧ୍ୟ ଏହି ଯୋଡ଼ି ପୁଣି ଥରେ ନଜର ଆସିଛନ୍ତି । ଅନ୍ୟପଟେ ଅଭିନେତା ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘ଓଃ ମାଇଁ ଗଡ଼’ ମଧ୍ୟ ଆଜି ପରଦାକୁ ଆସିଛି । ଫିଲ୍ମଟି ଏକ କମେଡ଼ି ଡ୍ରାମା ଫିଲ୍ମ । ଫିଲ୍ମରେ ଅକ୍ଷୟ କୁମାର, ୟାମି ଗୌତମ, ପଙ୍କଜ ତ୍ରିପାଠୀ ପ୍ରମୁଖ ଭୁମିକାରେ ନଜର ଆସିଛନ୍ତି । ବକ୍ସ ଅଫିସରେ ସନ୍ନି ଦେୱଲଙ୍କ ଗଦର-୨ ଓ ଓଃ ମାଇଁ ଗଡ଼ ଭିତରେ କଡ଼ା ମୁକାବିଲା ହେବ ବୋଲି କୁହାଯାଉଛି ।