ଦିଲ୍ଲୀର କର୍ତ୍ତର୍ବ୍ୟପଥରେ ପ୍ରତିବର୍ଷ ଆୟୋଜିତ ସାଧାରଣତନ୍ତ୍ର ଦିବସ ପରେଡ ଦେଖିବାକୁ ଲାଗିଥାଏ ଲୋକଙ୍କ ଭିଡ । ଏବର୍ଷ ଗଣତନ୍ତ୍ର ଦିବସ ପରେଡରେ ୫୦ଟି ବିମାନ ଭାଗ ନେବ । ଯାହା ମଧ୍ୟରେ ୯ଟି ରାଫାଲ, ନେଭିର ଆଇଏଲ-୩୮ ପ୍ରଦର୍ଶନ କରିବ । ଭାରତୀୟ ଆକାଶବାହିନୀର ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ, ଆଇଏଲ-୩୮ ନୌସେନାର ଏକ ପୁରୁଣା ବିମାନ । ଯେ କି, ୪୨ ବର୍ଷ ଧରି ନୌସେନାର ସେବା କରୁଛି । ଚଳିତ ସାଧାରଣତନ୍ତ୍ର ଦିବସରେ ଏହା ପ୍ରଥମ ଓ ଶେଷଥର ପାଇଁ ପ୍ରଦର୍ଶିତ କରାଯିବ । ଏଥର ମୋଟ ୩ଟି ସେନାର ୫୦ ଟି ବିମାନ ପରେଡରେ ଭାଗନେବେ । ଏକ ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ବାୟୁସେନା ଏକ ମେଢକୁ ବି ଅନାବରଣ କରିଛି । ଏହାକୁ ସାଧାରଣତନ୍ତ୍ର ଦିବସ ପରେଡରେ ପ୍ରର୍ଦଶିତ କରାଯିବ ।
“The eyes believe themselves, the ears believe other people.”
More Stories
ଖୋଲିଲା ବିପୁଳ ନିଯୁକ୍ତି ସୁଯୋଗ
ପେନସନ୍ ଭୋଗୀଙ୍କ ପାଇଁ ଆସିଲା ବଡ ଖବର
ମହାକୁମ୍ଭରେ ଭିଡପାଇଁ 30 ମୃତ, 60 ଆହତ