The Topmost

“The eyes believe themselves, the ears believe other people.”

ଗଡ଼କରୀଙ୍କୁ ଧମକ ଦେଇଥିବା ଅଭିଯୁକ୍ତଙ୍କ ମିଳିଲା ପରିଚୟ

ଜେଲ ଭିତରେ ଥାଇ ଗ୍ୟାଙ୍ଗଷ୍ଟରଙ୍କ ହତ୍ୟା ଧମକ । କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଧମକ ଦେଇଥିବା ଅଭିଯୁକ୍ତଙ୍କ ପରିଚୟ ପାଇଛି ପୁଲିସ । କର୍ଣ୍ଣାଟକର ବେଲାଗାଭିରେ କାରାଗାରରେ ଥିବା ଜଣେ ଗ୍ୟାଙ୍ଗଷ୍ଟର କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ହତ୍ୟା ଧମକ ଦେଇଥିବା ସୂଚନା । ଶନିବାର କଲଡିଟେଲସ୍‌ ରେକର୍ଡ଼ରୁ ଏକଥା ଜାଣିବାକୁ ପାଇଛି ପୁଲିସ । କୁଖ୍ୟାତ ଗ୍ୟାଙ୍ଗଷ୍ଟର ତଥା ହତ୍ୟା ଅଭିଯୁକ୍ତ ଜୟେଶ କାନ୍ତା ଏବେ ବେଲାଗାଭି ଜେଲରେ ବନ୍ଦୀ ଅଛନ୍ତି । ସେ ଜେଲ ଭିତରେ ବେଆଇନ ଭାବେ ଫୋନ ବ୍ୟବହାର କରି ଗଡକରୀଙ୍କ କାର୍ଯ୍ୟାଳୟକୁ ଧମକ ଦେଇଥିଲେ ବୋଲି ନାଗପୁର ପୋଲିସ କମିଶନର ଅମିତେଶ କୁମାର କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ନାଗପୁର ପୋଲିସର ଏକ ଟିମ୍ ତଦନ୍ତ ପାଇଁ ବେଲାଗାଭି ଯାଇ ତାଙ୍କୁ ରିମାଣ୍ଡରେ ନେବାକୁ ଯୋଜନା କରୁଛି । ଖାମଲା ଅଞ୍ଚଳରେ ଗଡକରୀଙ୍କ ଲୋକସମ୍ପର୍କ କାର୍ଯ୍ୟାଳୟକୁ ଗତକାଲି ଲ୍ୟାଣ୍ଡଲାଇନ ନମ୍ବରରେ ଦୁଇଟି ହତ୍ୟା ଧମକ କଲ ଆସିଥିଲା ।  ଟଙ୍କା ପାଇଁ ଏହି ହତ୍ୟା ଧମକ ଦିଆଯାଇଥିବା ସୂଚନା ।