ଉପରମୁଣ୍ଡରେ ପ୍ରବଳ ବର୍ଷା, କଲମା ଡ୍ୟାମ ଗେଟ ଖୋଲିବା ପ୍ରକ୍ରିୟା ଆରମ୍ଭ । ଉପରମୁଣ୍ଡରେ ବର୍ଷା ଯୋଗୁଁ କଲମା ଡ୍ୟାମର ଗେଟ୍ ଖୋଲା ପ୍ରକ୍ରିୟା ଆରମ୍ଭ କରିଛି ଛତିଶଗଡ । ଗତକାଲି ରାତି ପର୍ଯ୍ୟନ୍ତ କଲମା ଡ୍ୟାମର ୯ଟି ଗେଟ ଖୋଲାଯାଇଥିବା ସୂଚନା ମିଳିଛି । ହୀରାକୁଦ ଜଳ ଭଣ୍ଡାରକୁ ଜଳ ପ୍ରବେଶର ମାତ୍ରା ବଢିଥିବାରୁ କଲମା ଡ୍ୟାମ୍ ଗେଟ୍ ଖୋଲାଯାଇଥିବା ଏକପ୍ରକାର ସ୍ପଷ୍ଟ ହୋଇଛି । ଦୁଇଦିନ ତଳେ ହୀରାକୁଦ ଜଳଭଣ୍ଡାରକୁ ଜଳ ପ୍ରବେଶର ମାତ୍ରା ୧୦୦୦ ଘନଫୁଟରୁ କମ ଥିବା ବେଳେ, ଆଜି ହୀରାକୁଦକୁ ପ୍ରତି ସେକେଣ୍ଡରେ ଜଳ ପ୍ରବେଶର ମାତ୍ରା ୯୫୨୩କୁ ବୃଦ୍ଧି ପାଇଛି ।
More Stories
CSM Synapse 4.0 ରେ ଜିତିଲେ କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ