ସାହାରା ଇଣ୍ଡିଆରେ ଫଶି ରହିଥିବା ଜମାଟଙ୍କା ଏବେ ସରକାରଙ୍କ ତରଫରୁ ଫେରାଇବା ପ୍ରକ୍ରିୟା ଆରମ୍ଭ ହୋଇଛି । ଖୁବଶୀଘ୍ର ସାହାରା ଜମାକାରୀଙ୍କୁ ମିଳିବ ଦ୍ୱିତୀୟ କିସ୍ତି ଟଙ୍କା । ଏନେଇ ସରକାର ଏକ ପୋର୍ଟାଲ ମାଧ୍ୟମରେ ଜମାକାରୀଙ୍କୁ ଆବେଦନ କରିବାକୁ କହିଥିଲେ । ପୋର୍ଟାଲ ଲଂଚ ହେବା ଠାରୁ ଏପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଲୋକ ଆବେଦନ କରିସାରିଲେଣି । ଏହାପରେ ସରକାର ଅଗଷ୍ଟ ୪ ତାରିଖରେ ପ୍ରଥମ କିସ୍ତିରେ ୧୧୨ ଜଣ ଜମାକାରୀଙ୍କୁ କିଛି ଜମାରାଶି ଫେରସ୍ତ କରିଥିଲେ । ତେବେ ଯେଉଁ ଜମାକାରୀମାନେ ସାହାରା କ୍ରେଡିଟ୍ କୋ-ଅପରେଟିଭ୍ ସୋସାଇଟ, ହମାରା ଇଣ୍ଡିଆ କ୍ରେଡିଟ୍ କୋ-ଅପରେଟିଭ ସୋସାଇଟ, କୋଲକତା ସାହାରୟନ ମଲ୍ଟିପ୍ରପୋଜ ସୋସାଇଟ, ଷ୍ଟାର ମଲ୍ଟିପ୍ରପୋଜ ସୋସାଇଟିରେ ଟଙ୍କା ଜମା କରିଥିଲେ ସେହିମାନେ ଏହି ପୋର୍ଟାଲ ସହାୟତାରେ ଆବେଦନ କରିପାରିବେ । ଯଦି କୌଣସି ଜମାକାରୀ ନିଜେ ଏହି ପୋର୍ଟାଲରେ ଆବେଦନ କରିପାରୁନାହାଁନ୍ତି ତେବେ ସେମାନେ ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ମଧ୍ୟ ଆବେଦନ କରିପାରିବେ ।
“The eyes believe themselves, the ears believe other people.”
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ