ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ଘଟଣାରେ ବନ୍ଧା ହୋଇ ତିହାର ଜେଲ୍ରେ ଥିବା ଆପ୍ ନେତା ମନୀଷ ସିସୋଦିଆଙ୍କୁ ଲାଗିଛି ଶକ୍ତ ଝଟକା। ମନୀଷ ସିସୋଦିଆ ଦିଲ୍ଲୀ ହାଇକୋର୍ଟରେ ଜାମିନ ପାଇଁ ଆବେଦନ କରିଥିବା ବେଳେ ତାହାକୁ ଖାରଜ କରି ଦେଇଛନ୍ତି ବିଚାରପତି। ମନୀଷ ସିସୋଦିଆଙ୍କ ବିରୋଧରେ ବହୁ ସଙ୍ଗୀନ ଆରୋପ ଲାଗିଥିବାରୁ ତାଙ୍କୁ ଏବେ ଜାମିନ ଦେବା ସମ୍ଭବ ନୁହେଁ ବୋଲି କହିଛନ୍ତି ହାଇକୋର୍ଟ। ଇଡି ଦାଖଲ କରିଥିବା ଚାର୍ଜଶିଟ୍ରେ ସିସୋଦିଆଙ୍କୁ ପୂରା ମାମଲାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ବୋଲି ଦର୍ଶାଇଥିବା ବେଳେ ନିଜ ସ୍ୱାର୍ଥ ପାଇଁ ଅବକାରୀ ନୀତିକୁ ସେ ପରିବର୍ତ୍ତନ କରିଥିବା ଅଭିଯୋଗ ହୋଇଛି।
More Stories
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ