ଆପଣଙ୍କୁ ଖଟା ଓ ମିଠା ମିଶା କିଛି ଫଳ ଯଦି ଖାଇବାକୁ ଭଲ ଲାଗେ ତେବେ ଅଙ୍ଗୁରୁ ଖାଆନ୍ତୁ। ଟିକେ ଖଟା ଓ ଟିକେ ମିଠା ଲାଗୁଥିବା ଏହି ଫଳଟି ପ୍ରାୟ ଅଧିକାଂଶ ଲୋକଙ୍କ ପ୍ରିୟ। ଏଥିରେ ଅନେକ ଭଲ ଗୁଣ ରହିଛି। ଏଥିରେ ଥିବା ପଟାସିୟମ୍, ମିନେରାଲ୍ ରକ୍ତରେ ଜଳୀୟ ଅଂଶକୁ ନିୟନ୍ତ୍ରଣରେ ରଖେ। ପଟାସିୟମ ଉଚ୍ଚ ରକ୍ତଚାପକୁ ହ୍ରାସ କରିବା ସହ ହୃଦ୍ ରୋଗୀଙ୍କ ପାଇଁ ମଧ୍ୟ ଖୁବ୍ ସୁଫଳ ପ୍ରଦାନ କରିଥାଏ। କିଛି ଲୋକଙ୍କ ଶରୀରକୁ ଆବଶ୍ୟକୀୟ ପରିମାଣର ନ୍ୟୁଟ୍ରିଏଣ୍ଟସ୍ ମିଳିନଥାଏ, ଅଙ୍ଗୁରୁ ଖାଇବା ଦ୍ବାରା ସେ ସମସ୍ୟା ବି ସମାଧାନ ହୋଇଯାଏ।
ତେବେ, ଅଙ୍ଗୁରୁକୁ ଆପଣ ବିଭିନ୍ନ ଉପାୟରେ ଖାଇପାରିବେ। ଅଙ୍ଗୁରୁକୁ ଖାଲି ଖାଇପାରିବେ। ଜୁସ୍ କରି ମଧ୍ୟ ପିଇପାରିବେ। ଏହାକୁ ଶୁଖାଇ କିସ୍ମିସ୍ ବନାଇବା ମଧ୍ୟ ଖୁବ୍ ସହଜ। ଯଦି ଆପଣ ରାନ୍ଧି କରି ଖାଇବାକୁ ଚାହାନ୍ତି ତ ଅଙ୍ଗୁ ଖଟା ବି କରିପାରିବେ। ଫଳ ସାଲାଡ୍ରେ ଅଙ୍ଗୁରୁ ମିଶାଇଲେ ଏହାର ସ୍ବାଦ ଖୁବ୍ ବଢ଼ିଯାଏ।
More Stories
ଭୃସଙ୍ଗ ପତ୍ରର ନ୍ୟୁଟ୍ରିସନକୁ ସରି ହେବନି ମହଙ୍ଗା ଔଷଧ
ଗର୍ଭାବସ୍ଥାରେ କେଉଁ ଧାତୁର ପ୍ରଭାବ କିପରି ହୋଇଥାଏ
magic of sugarcane juice ଆଖୁରସର ଚମତ୍କାରୀତା