ଦିଲ୍ଲୀରେ ପୁଣି ମୁଣ୍ଡ ଟେକିଛି ବାୟୁ ପ୍ରଦୂଷଣ ସମସ୍ୟା । ଗତ ୬ଦିନ ହେବ ଦିଲ୍ଲୀର ବାୟୁ ଗୁଣବତା ବେଶ ଖରାପ ସ୍ଥିତିରେ ରହିଛି । ସେହିପରି ଆଗାମୀ ୩ଦିନ ପର୍ଯ୍ୟନ୍ତ ସମାନ ସ୍ଥିତି ରହିବା ସମ୍ଭାବନା ରହିଛି । ବୁଧବାର ଏକ୍ୟୁଆଇ ୩୫୬ ରହିଛି । ଡିସେମ୍ବର ୯ ପରେ କିଛି ଦିନ ଏଠାକାର ସ୍ଥିତି ଆହୁରି ବିଗିଡିବ ବୋଲି ଆଶଙ୍କା ପ୍ରକାଶ ପାଇଛି । ସ୍ଥିତିକୁ ଦୃଷ୍ଟିରେ ଖି ଯାବାହନ ଚଳାଚଳା ଉପରେ କଟକଣା ଲଗାଯାଇଛି । ରାଜଧାନୀରେ ସମସ୍ତ ପ୍ରକାର ନିର୍ମାଣ କାର୍ଯ୍ୟ ଉପରେ ରୋକ ଲଗାଯାଇଛି । ବଡ ବଡ ଅଟାଳିକା ଭାଙ୍ଗିବା ଉପରେ ମଧ୍ୟ ୯ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି ।
More Stories
ପିଏମ୍ ସ୍ୱନିଧି ଯୋଜନାରେ ବଡ ପରିବର୍ତ୍ତନ
ପିଲାଙ୍କ ଠାରେ ଏପରି ସମସ୍ୟା ଦେଖିଲେ ହୁଅନ୍ତୁ ସାବଧାନ
ବାର୍ଷିକ ଫାସଟ୍ୟାଗ୍ ପାସ୍ ଲାଗୁ ହେବ- ଗଡକରୀ