ଦିଲ୍ଲୀ ଉପରାଜ୍ୟପାଳ ଭିକେ ସାକ୍ସେନା ୫ ଜଣ ଆପ୍ ନେତା ଅତିଶୀ, ଦୁର୍ଗେଶ ପାଠକ, ସୌରଭ ଭରଦ୍ବାଜ, ସଂଜୟ ସିଂହ ଏବଂ ଜସ୍ମିନ ଶାହଙ୍କୁ ଲିଗାଲ ନୋଟିସ ପଠାଇଛନ୍ତି। ସାକ୍ସେନାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣି ସେମାନେ ତାଙ୍କ ମାନହାନି କରିଛନ୍ତି। ତେଣୁ ସାକ୍ସେନା ଏନେଇ ୫ ଆପ୍ ନେତାଙ୍କୁ ଲିଗାଲ ନୋଟିସ୍ ପଠାଇଛନ୍ତି ଏବଂ ୪୮ ଘଣ୍ଟା ମଧ୍ୟରେ ଏହାର ଜବାବ ରଖିବାକୁ କହିଛନ୍ତି।ବିମୁଦ୍ରୀକରଣ ସମୟରେ ସାକ୍ସେନା କେଭିଆଇସି ଅଧ୍ୟକ୍ଷ ଥିବାବେଳେ ଦୁର୍ନୀତିରେ ସାମିଲ ହୋଇଥିଲେ। ସେ ୧୪୦୦ କୋଟି ଟଙ୍କାର ଦୁର୍ନୀତି କରିଥିଲେ ବୋଲି ଆପ୍ ନେତାମାନେ ଅଭିଯୋଗ କରିଥିଲେ। ତେବେ ସାକ୍ସେନା ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ଭିତ୍ତିହୀନ ବୋଲି କହିଛନ୍ତି। ସାକ୍ସେନା ଆପ୍ ନେତାଙ୍କ ବିରୋଧରେ ମାନହାନି ମାମଲା ରୁଜୁ କରିବେ।
More Stories
ୱେଟ୍ ଲସ୍ ଜର୍ଣ୍ଣିରେ ସକାଳ ଜଳଖିଆ କଣ ଖାଇବେ
ସବୁ ପାକିସ୍ତାନୀଙ୍କ ଭିସା ରଦ୍ଦ କଲେ ସରକାର
ପାକିସ୍ତାନୀ ଏକ୍ସ ଆକାଉଣ୍ଟକୁ ବ୍ଲକ୍ କଲା ଭାରତ