The Topmost

“The eyes believe themselves, the ears believe other people.”

କ୍ୟାବ୍ ଆଗ୍ରିଗେଟରଙ୍କୁ ସୁପ୍ରିମ ଝଟକା

ଦିଲ୍ଲୀରେ କ୍ୟାବ୍ ଆଗ୍ରିଗେଟରଙ୍କୁ ବଡ଼ ଝଟକା ଦେଇଛନ୍ତି ସୁପ୍ରିମ୍ କୋର୍ଟ । ବାଇକ ଟାକ୍ସି ସମ୍ପର୍କରେ ଦିଲ୍ଲୀ ସରକାରଙ୍କ ଗାଇଡଲାଇନ ନ ଆସିବା ପର୍ଯ୍ୟନ୍ତ ଦିଲ୍ଲୀରେ ଓଲା, ଉବର ଓ ରାପିଡୋ ଭଳି କମ୍ପାନି ଚଳାଉଥିବା ଦୁଇ ଚକିଆ ଟ୍ୟାକ୍ସି ଅର୍ଥାତ୍ ବାଇକ୍ ଟ୍ୟାକ୍ସି କୁ ନିଷିଦ୍ଧ କରାଯାଇଛି । କିଛି ଦିନ ତଳେ ଦିଲ୍ଲୀ ହାଇକୋର୍ଟ ଏକ ରାୟ ଦେଇ ଦିଲ୍ଲୀ ସରକାରଙ୍କ ନିୟମାବଳୀ ନ ଆସିବା ପର୍ଯ୍ୟନ୍ତ ବାଇକ୍ ଟାକ୍ସି ଆଗ୍ରିଗେଟର୍ସଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ସୁପ୍ରିମକୋର୍ଟ ସୋମବାରଦିନ ହାଇକୋର୍ଟଙ୍କ ରାୟ ଉପରେ ସ୍ଥଗିତାଦେଶ ଲଗାଇଛନ୍ତି ଓ ବାଇକ ଟାକ୍ସି ଉପରେ କଟକଣା ଜାରି କରିଛନ୍ତି ।