() ଆମେରିକାରୁ ଆସିଲା ଆଶ୍ଚର୍ଯ୍ୟ କଲାଭଳି ଖବର । ଔଷଧରେ ଭଲ ହେଲା ମାରାତ୍ମକ କ୍ୟାନସର ରୋଗ । ଆଜ୍ଞା ହଁ ବିଶ୍ୱାସ ହେଉନଥିଲେ ବି କଥାଟି ସତ । ଔଷଧ ଦ୍ୱାରା ରେକ୍ଟାଲ୍ କ୍ୟାନସର ଭଳି ମାରାତ୍ମକ ରୋଗରୁ ୧୮ ଜଣଙ୍କୁ ମୁକ୍ତି ମିଳିଛି । ପ୍ରାଥମିକ ଭାବେ ଏହି ୧୮ ଜଣଙ୍କୁ ନେଇ ବହୁତ ଛୋଟିଆ ଟ୍ରାଏଲ କରାଯାଇ ସମସ୍ତଙ୍କୁ ‘ଡୋଷ୍ଟାରଲିମ୍ୟାବ’ ନାମକ ଏକ ଔଷଧ ପ୍ରାୟ ୬ ମାସ ଧରି ଦିଆଯାଇଥିଲା । ଟ୍ରାଏଲର ଶେଷରେ ସମସ୍ତ ୧୮ ଜଣ ରୋଗୀଙ୍କ ଶରୀରରୁ କ୍ୟାନସର ଉଭେଇ ଯାଇଥିଲା ।
୬ ମାସ ପରେ ସମସ୍ତ ରୋଗୀଙ୍କ ଏଣ୍ଡୋସ୍କୋପି, ପିଇଟି ସ୍କାନ ଓ ଏମଆଇଆର ସ୍କାନ କରାଯାଇଥିଲା । କିନ୍ତୁ କୌଣସି ପରୀକ୍ଷାରୁ ରୋଗୀଙ୍କ ଶରୀରରୁ କର୍କଟ ରୋଗର ଚିହ୍ନବର୍ଣ୍ଣ ମିଳି ନାହିଁ । ମଣିଷ ଶରୀରରେ ବିକଳ୍ପ ଆଣ୍ଟିବଡି କାମ କରୁଥିବା ଗବେଷଣାଗାର ପ୍ରସ୍ତୁତ ଏକ ମୋଲିକ୍ୟୁଲ୍ ଏହି ଔଷଧରେ ରହିଛି । ପରୀକ୍ଷା ବେଳେ ସମସ୍ତ ୧୮ ଜଣ ରୋଗୀଙ୍କୁ ସମାନ ଔଷଧ ଦିଆଯାଇଥିଲା । ନ୍ୟୁୟର୍କର ମେମୋରିଆଲ ସ୍ଲୋଅନ କେଟ୍ଟେରିଙ୍ଗ କ୍ୟାନସର ସେଣ୍ଟରର ଡାକ୍ତର ଲୁଇସ ଏ ଡିଆଜ ଜେ କହିଛନ୍ତି ଯେ ସମ୍ଭବତଃ କ୍ୟାନଓ ଚିକିତ୍ସା ଇତିହାସରେ ପ୍ରଥମ ଘଟଣା ।
https://thetopmost.in/telly-star-anushka-enter-in-korian-show/
More Stories
ଶରୀରର ତାପମାତ୍ରା କହିବ ଡିପ୍ରେସନ୍ ର ଳକ୍ଷଣ
ଟିନ୍ ଏଜ୍ ରେ ପାଆନ୍ତୁ ବ୍ରଣରୁ ମୁକ୍ତି
ଅଧିକ ଚିନି ଶରୀରରେ କରିଥାଏ ଏହି ମାରାତ୍ମକ ରୋଗ