ଶ୍ରୀମନ୍ଦିରର ଡ୍ରୋନ ଭିଡିଓ ଭାଇରାଲ ଘଟଣା । କ୍ଷମା ମାଗିଲା ୟୁଟ୍ୟୁବ ବ୍ଲଗର ୟୁନିଫାଏଡ ଅନିମେଶ । ଶ୍ରୀମନ୍ଦିରର ଡ୍ରୋନ ଭିଡିଓ କରିଥିଲା ଭାଇରାଲ । ଶ୍ରୀମନ୍ଦିର ପ୍ରଶାସନର ବିନା ଅନୁମତିରେ ଡ୍ରୋନ ଉଡାଇବା, ଭିଡିଓ ଉତ୍ତୋଳନ କରି ଓଡ଼ିଶା ପୋଲିସ ଲୋଗୋ ଲଗାଇବା, ଭିଡିଓ ବିକ୍ରି କରିବାକୁ ମୋଟା ଅଙ୍କର ଟଙ୍କା ମାଗିବା ଅଭିଯୋଗକୁ ମଧ୍ୟ ସୋ ସ୍ବୀକାର କରିଛି । ଅନିମେଶ କହିଛନ୍ତି, ଅନ୍ୟ ବ୍ଲଗର ଯେପରି ମନ୍ଦିର ଉପରେ ଡ୍ରୋନ ନଉଡାନ୍ତି ସେ ନେଇ ଓଡ଼ିଶା ପୋଲିସର ଲୋଗୋ ଲଗାଇଥିଲି । ଭିଡିଓ ପାଇଁ ମୋଟା ଅଙ୍କର ଅର୍ଥ ଦାବି କରିବା ପଛରେ ତାଙ୍କର ଖରାପ ଉଦ୍ଦେଶ୍ୟ ନଥିବା ସେ କହିଛନ୍ତି । ମହାପ୍ରଭୁ ଜଗନ୍ନାଥ ଓ ଓଡ଼ିଶାବାସୀଙ୍କୁ କ୍ଷମା ମାଗିଛନ୍ତି ଅନିମେଶ ।
More Stories
ଗାଡି ଟାୟାରରୁ ବାହାରୁଛି ଟଙ୍କା
ସୁନାମି ପାଇଁ ପ୍ରସ୍ତୁତ ହେବାକୁ ୨୪ ଗାଁକୁ ଚେତାବନୀ
ରାତି ପାହିଲେ ପ୍ରତ୍ୟେକ ଚାଷୀଙ୍କୁ ଅତିରିକ୍ତ 800 ଟଙ୍କା