The Topmost

“The eyes believe themselves, the ears believe other people.”

କ୍ରିକେଟର୍ ହେବାକୁ ହେଲେ କରିବାକୁ ପଡିବ ତ୍ୟାଗ

କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ ରାଜସ୍ଥାନ ରୟାଲ୍ସ ପାଇଁ ଚମତ୍କାର ପ୍ରଦର୍ଶନ କରିଥିଲେ। ବୈଭବ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ବିପକ୍ଷରେ ତାଙ୍କର ଡେବ୍ୟୁ ମ୍ୟାଚରେ ପ୍ରଥମ ବଲ୍‌ରେ ଛକା ମାରି ସମସ୍ତଙ୍କୁ ଚକିତ କରି ଦେଇଥିଲେ। ବୈଭବ ଆଇପିଏ ଖେଳିବା ପାଇଁ ଖୁବ ପରିଶ୍ରମ ଓ ସଂଘର୍ଷ କରିଛନ୍ତି। ବୈଭବ ଆଇପିଏଲ ପ୍ରସ୍ତୁତି ସମୟରେ କଠୋର ତାଲିମ ସହିତ କ’ଣ ଖାଇବେ କ’ଣ ନାହିଁ ସେ ଦିଗରେ ଖୁବଯତ୍ନଶୀଳ ଥିଲେ। ଏମିତି କି ଖେଳ ପାଇଁ ସେ ତାଙ୍କର ପ୍ରିୟ ଖାଦ୍ୟକୁ ଛାଡ଼ି ଦେଇଛନ୍ତି।

ବୈଭବଙ୍କ ପିଲାଦିନର ପ୍ରଶିକ୍ଷକ ମନୀଷ ଓଝା ଏ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇ କହିଛନ୍ତି, ‘ବୈଭବଙ୍କୁ ମଟନ୍ ଖାଇବାରୁ ନିଷେଧ କରାଯାଇଛି। ବୈଭବ ମଟନ ଓ ପିଜ୍ଜା ଖାଇବାକୁ ଖୁବ ଭଲ ପାଆନ୍ତି। କିନ୍ତୁ ଖେଳ ପାଇଁ ତାଙ୍କ ଖାଦ୍ୟ ତାଲିକାରୁ ଏସବୁକୁ ବାଦ ଦିଆଯାଇଛି।

ବୈଭବ ସୂର୍ଯ୍ୟବଂଶୀ ରାଜସ୍ଥାନ ପାଇଁ ୨୦ଟି ବଲର ସାମ୍ନା କରି ୩୪ରନ କରିଛନ୍ତି। ଏହି ମ୍ୟାଚ ସମୟରେ ବୈଭବ ୨ଟି ଚଉକା ଓ ୩ଟି ଛକ୍କା ମାରିଥିଲେ। ଦୁର୍ଭାାଗ୍ୟବଶତଃ ରାଜସ୍ଥାନ ଟିମ ଏହି ମ୍ୟାଚ ଜିତି ପାରିଲା ନାହିଁ। ଲକ୍ଷ୍ମୌ ସୁପର ଜଏଣ୍ଟସ ଠାରୁ ରାଜସ୍ଥାନ ଟିମ ୨ରନରେ ହାରି ଯାଇଥିଲା।

SHARE BY