February 11, 2026

କ୍ରିକେଟର ଭୁବନେଶ୍ବର କୁମାରଙ୍କୁ ନେଇ ଚର୍ଚ୍ଚା

ଟିମ ଇଣ୍ଡିଆର ଦ୍ରୁତ ବୋଲର ଭୁବନେଶ୍ୱର କୁମାରଙ୍କ ଅନ୍ତର୍ଜାତୀୟ କ୍ୟାରିୟରର ଭବିଷ୍ୟତକୁ ନେଇ ଅନେକ ପ୍ରକାରର ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ସେ ଅପ୍ରତ୍ୟାଶିତ ଢଙ୍ଗରେ ଯେକୌଣସି ମୁହୂର୍ତ୍ତରେ ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରକୁ ଅଲବିଦା କରିପାରନ୍ତି ବୋଲି କୁହାଯାଉଛି। କାରଣ ୩୩ ବର୍ଷୀୟ ଭୁବନେଶ୍ୱର କୁମାର ହଠାତ୍‌ ନିଜର ଇନଷ୍ଟାଗ୍ରାମ ବାୟୋକୁ ବଦଳାଇ ଦେଇଛନ୍ତି। ପୂର୍ବରୁ ସେ ନିଜ ଆକାଉଣ୍ଟରେ ଇଣ୍ଡିଆ କ୍ରିକେଟର ଲେଖୁଥିଲେ। କିନ୍ତୁ ଏବେ କେବଳ ଇଣ୍ଡିଆନ ଲେଖିଛନ୍ତି। ତେଣୁ ତାଙ୍କର ସମ୍ଭାବ୍ୟ ଅବସରକୁ ନେଇ ଆଲୋଚନା ଆରମ୍ଭ ହୋଇଛି। କୋଲକାତା ନାଇଟ ରାଇଡର୍ସର ଷ୍ଟାର ରିଙ୍କୁ ସିଂହଙ୍କ ସହ ଭୁବନେଶ୍ୱର କୁମାରଙ୍କୁ ନ୍ୟାଶନାଲ କ୍ରିକେଟ ଏକାଡେମୀରେ ଦେଖିବାକୁ ମିଳିଥିଲା। ଲାଗୁଥିଲା ଭୁବି କମବ୍ୟାକ ମୁଡରେ ଅଛନ୍ତି। କିନ୍ତୁ ଏବେ ବାୟୋ ପରିବର୍ତ୍ତନ ସମସ୍ତଙ୍କୁ ଚକିତ କରିଛି।

SHARE BY