କୋଲକାତାରୁ ଭୁବନେଶ୍ଵର ଆସି ମରାମତି ହେବ ଡାକୋଟା ବିମାନ । ରାଜ୍ୟ ସରକାର ଡାକୋଟା ବିମାନକୁ କୋଲକାତା ବିମାନବନ୍ଦରରୁ ଭୁବନେଶ୍ଵର ଆଣିବା ପାଇଁ ଏକ ଏଜେନ୍ସିକୁ ଦାୟିତ୍ୱ ଦେଇଛନ୍ତି । ଏହି ଏଜେନ୍ସି ଡାକୋଟା ବିମାନକୁ ଭିନ୍ନ ଭିନ୍ନ ଭାଗରେ ବିଭକ୍ତ କରି ସଡ଼କ ପଥରେ ଏହାକୁ ଭୁବନେଶ୍ଵର ଆଣିବେ । ଏନେଇ ଭୁବନେଶ୍ଵର ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ନିର୍ଦ୍ଦେଶକ ପ୍ରଧାନ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ ଏବେ କୋଲକାତା ବିମାନବନ୍ଦରରେ ଡାକୋଟା ବିମାନ ବିଭିନ୍ନ ଭାଗରେ ବିଭକ୍ତ ହୋଇସାରିଛି । ୧୪ ତାରିଖରେ ଏହା କୋଲକାତାରୁ ବାହାରିବ । ଏବଂ ୧୬ ତାରିଖରେ ଏହା ଭୁବନେଶ୍ଵର ପହଞ୍ଚିବ ବୋଲି ଆଶା କରାଯାଉଛି । ଏଠାରେ ପହଞ୍ଚିବା ପରେ ବିମାନ ବନ୍ଦରରେ ଥିବା ରାଜ୍ୟ ସରକାରଙ୍କ ହ୍ୟାଙ୍ଗରରେ ଡାକୋଟାକୁ ପୁନଃବ୍ୟବସ୍ଥିତ କରାଯିବ । ମରାମତି କରିବା ପରେ ତାହାକୁ ଟର୍ମିନାଲ-୧ ସମ୍ମୁଖରେ ଦର୍ଶକଙ୍କ ପାଇଁ ସ୍ଥାପନ କରିବେ ସରକାର ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା