ଆଜି ଠାରୁ ଆରମ୍ଭ ହେଉଛି ୨୦୨୩-୨୪ ଶିକ୍ଷାବର୍ଷ । କୋଭିଡ୍ ପୂର୍ବରୁ ଯେଉଁଭଳି ପାଠପଢ଼ା ହେଉଥିଲା, ପୁଣିଥରେ ସେହିଭଳି ଢାଞ୍ଚାରେ ପାଠପଢ଼ା ଚାଲିବ । ଏବେ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ କ୍ଲାସ ହେବ । ସପ୍ତାହକୁ କେତୋଟି କ୍ଲାସ ହେବ, କେଉଁ କେଉଁ ଦିନ କ୍ଲାସ ରହିବ, ଏନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ ନିଷ୍ପତ୍ତି ନେବେ । ତେବେ ଆଜିଠାରୁ ୮ ତାରିଖ ଯାଏଁ ପିଲାଙ୍କ ନାମଲେଖା ହେବ । ଯଦି କୌଣସି ପିଲା ଏହି ସମୟ ମଧ୍ୟରେ ନାମଲେଖାଇ ନପାରନ୍ତି ତେବେ ୮ ତାରିଖ ପରେ ମଧ୍ୟ ସେମାନଙ୍କୁ ସୁଯୋଗ ମିଳିବ । ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ସ୍କୁଲ କର୍ତ୍ତୃପକ୍ଷ କ୍ୟାମ୍ପସରେ ପର୍ଯ୍ୟାପ୍ତ ପରିମାଣର ପାନୀୟ ଜଳ, ଓଆରଏସ୍ ପ୍ୟାକେଟ ମହଜୁଦ ରଖିବାକୁ ପରାମର୍ଶ ଦିଆଯାଇଛି ।
“The eyes believe themselves, the ears believe other people.”
More Stories
କିଟ୍ ଛାତ୍ରୀ ଆତ୍ମହତ୍ୟା ମାମଲା, ବଡ ଅଡୁଆକୁ ଛୋଟ ସମାଧାନ
୧.୯୩ ଲକ୍ଷ ପରୀକ୍ଷାର୍ଥୀଙ୍କର ଆରମ୍ଭ ହେଲା ଯୁକ୍ତ୨ ପରୀକ୍ଷା
ଲଭ୍, ସେକ୍ସ ଓ ଧୋକା କେସରେ କିଟ୍ ଛାତ୍ରୀଙ୍କ ଆତ୍ମହତ୍ୟା