କୋଣାର୍କରେ ହେବ ଜି-୨୦ ବୈଠକ । ଆସନ୍ତା ଡିସେମ୍ବର ୧ ତାରିଖରୁ ୩୦ ନଭେମ୍ବର ୨୦୨୩ ବର୍ଷେ ଯାଏଁ ଭାରତ ଜି-୨୦ ଅଧ୍ୟକ୍ଷ ରହିବ । ଏହି ଅବଧିରେ ୨୧୫ଟି ବୈଠକ ଭାରତରେ ଆୟୋଜିତ ହେବ । ବିଭିନ୍ନ ରାଜ୍ୟର ରାଜଧାନୀ, ମହାନଗର, ବଡ଼ ଓ ଛୋଟ ସହର ଓ ପ୍ରସିଦ୍ଧ ଐତିହାସିକ ସ୍ଥଳ ସହ ମୋଟ ୫୫ଟି ସ୍ଥାନ ଏଥିପାଇଁ ଚିହ୍ନଟ ହୋଇଛି । ଗୁରୁତ୍ବପୂର୍ଣ୍ଣ କଥା ହେଲା, ଜି-୨୦ର ୫ଟି ପ୍ରମୁଖ ବୈଠକ ଭାରତର ସଂସ୍କୃତି ବିଷୟବସ୍ତୁ ଆଧାରିତ ହେବ । ଯାହା ଦ୍ବାରା ଭାରତର ଐତିହ୍ୟକୁ ବିଶ୍ବ ସମ୍ମୁଖରେ ଉପସ୍ଥାପନ କରାଯାଇପାରିବ । ୟୁନେସ୍କୋ ବିଶ୍ବ ଏୈତିହ୍ୟ ତାଲିକାରେ ସ୍ଥାନ ପାଇଥିବା ୪ଟି କୀର୍ତ୍ତିରାଜି ନିକଟର ୫ଟି ବୈଠକ ଆୟୋଜିତ ହେବ । ଏହି ସବୁ ଐତିହ୍ୟ ସ୍ଥଳଗୁଡ଼ିକ ହେଲା କୋଣାର୍କ ସୂର୍ଯ୍ୟ ମନ୍ଦିର, କର୍ଣ୍ଣାଟକର ହାମ୍ପି, ଆଗ୍ରାର ତାଜମହଲ ଓ ମଧ୍ୟପ୍ରଦେଶର ଖଜୁରାହୋ । ୫ଟି ବୈଠକ ମଧ୍ୟରୁ ତାଜମହଲ ନିକଟରେ ୨ଟି ଅନ୍ୟ ଐତିହ୍ୟ ସ୍ଥଳଗୁଡ଼ିକରେ ଗୋଟିଏ ଲେଖାଏଁ ବୈଠକ ହେବ ।
More Stories
ଗୁଣାତ୍ମକ ଶିକ୍ଷା, ଗବେଷଣା ଓ ଉତମ ସ୍ୱାସ୍ଥ୍ୟ ସେବାର ଉତ୍କର୍ଷ କେନ୍ଦ୍ର, SOA
ପୁଣି କ୍ୟାମ୍ପସରେ ହଇଚଇ, 25ରୁ ଆରମ୍ଭ ଛାତ୍ର ସଂସଦ ନିର୍ବାଚନ
ଏହି ନିବେଶ କରିବାରେ ସର୍ବପ୍ରଥମ ଓଡିଶା