The Topmost

“The eyes believe themselves, the ears believe other people.”

କେସିଆର ସରକାର ଦୁର୍ନିତୀଗ୍ରସ୍ତ ସରକାର: ମୋଦି

ଆନ୍ଧ୍ରପ୍ରଦେଶ ସରକାରଙ୍କୁ ସିଧାସଳଖ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ । କେସିଆର ସରକାରଙ୍କୁ ଦୁର୍ନିତୀଗ୍ରସ୍ତ ସରକାର ବୋଲି କହିଛନ୍ତି ମୋଦି । ଦୁଇ ଦିନିଆ ଆନ୍ଧ୍ରପ୍ରଦେଶଗସ୍ତର ୨ୟ ଦିନରେ ପ୍ରଧାନମନ୍ତ୍ରୀ ତେଲେଙ୍ଗାନା ଆୟୋଜିତ ଜନସଭାରେ କେସିଆରଙ୍କୁ ମଂଚରୁ ସିଧାସଳଖ ଟାର୍ଗେଟ କରିଛନ୍ତି । ଟିଆରଏସ ସରକାର ଏକ ବଂଶବାଦର ସରକାର । ପରୋକ୍ଷଭାବେ ଟାର୍ଗେଟ କରି ମୋଦି କହିଛନ୍ତି କି ହତାଶ ଓ ନିରାଶ ନେତାମାନେ ତାଙ୍କୁ ଦିନରାତି ଗାଳିଗୁଲଜ କରୁଛନ୍ତି । ଏସବୁ ଘଟଣାକୁ ସେ ପୋଷଣତତ୍ୱଭାବେ ଗ୍ରହଣ କରୁଛନ୍ତି ଓ ଆଗକୁ ବଢିବାକୁ ସାହସ ଦେଉଛି । ମୁଖ୍ୟମନ୍ତ୍ରୀ କେସିଆର ଜଣେ ଏମିତି ନେତା ଯିଏ ଶିକ୍ଷିତ ସମାଜରେ ମଧ୍ୟ ଅନ୍ଧବିଶ୍ୱାସକୁ ନେଇ ବଡ ବଡ ନିଷ୍ପତି ନିଅନ୍ତି ।